ଅବକାରୀ ବିଭାଗ ପକ୍ଷରୁ ଚଢାଉ, ପୋଚ ମଦ ଜବତ, ୨ ଗିରଫ


(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବୁଗୁଡ଼ା : ମୋ ନିୟୁଜ ଓଡିଶା ସ୍ଥାନୀୟ ଅବକାରୀ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୪୮୦୦ ଲିଟର ପୋଚ ନଷ୍ଟ କରାଯିବା ସହ ୫୫ ଲିଟର ଦେଶୀ ମଦ ଜବତ କରାଯାଇଛି । ଏ ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି । ଗିରଫ ୨ ଜଣ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ଶ୍ରୀକରପୁର ଗ୍ରାମର ବୁଲୁ ବିଷୋୟୀ ଓ ଆସ୍କା ଥାନା ଅନ୍ତର୍ଗତ କାଳଷଣ୍ଢପୁର ଗାଁର ସୁବାସ ନାୟକ । ଏ ନେଇ ବୁଗୁଡା ଅବକାରୀ ଥାନାରେ କେସ୍ ନଂ ୧୩୨/୨୪-୨୫ ଓ ୧୩୩/୨୪-୨୫ରେ ଦୁଇଟି ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ମୋଜି ଶବରଙ୍କ ଠାରୁ ପ୍ରକାଶ ପାଇଛି  ।ପ୍ରକାଶ ଯେ , ବୁଗୁଡ଼ା ଅବକାରୀ ଥାନା ଅନ୍ତର୍ଗତ ବେଲଗୁଣ୍ଠା ଅଞ୍ଚଳର ନଈ କୂଳିଆ ଗ୍ରାମ ନୂଆଁଗାଁର ମହାନ୍ତି ସାହି ଓ ଉଡ୍ରା ଗାଁର ହରିଜନ ବସ୍ତିରେ ବେଆଇନ ଭାବେ ଦେଶୀ ମଦ ପ୍ରସ୍ତୁତ କରାଯାଉଥିବା ନେଇ ବୁଗୁଡା ଅବକାରୀ ବିଭାଗ କୌଣସି ସୁତ୍ରରୁ ଖବର ପାଇ ବେଲଗୁଣ୍ଠା ପୋଲିସ ଓ ଭଞ୍ଜନଗର ଅବକାରୀ ପୋଲିସ ସହାୟତାରେ ଆଜି ସକାଳେ ସେଠାରେ ଚଢ଼ାଉ କରି ପ୍ରଚୁର ପରିମାଣର ପୋଚ ନଷ୍ଟ କରିବା ସହ ବୁଲୁଠାରୁ ୩୦ ଲିଟର ଓ  ସୁବାସଠାରୁ ୨୫ ଲିଟର ରନ୍ଧା ଦେଶୀ ମଦ ଜବତ କରିଥିଲେ ।

Post a Comment

Previous Post Next Post