ବ୍ରହ୍ମପୁର ଠାରେ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ବିଶ୍ବ ରକ୍ତ ଶିକୁଳି ଦିବସ ପାଳନ

 

ମୋ ନିୟୁଜ ଓଡିଶା 

ବ୍ରହ୍ମପୁର ଟାଉନ୍ ହଲ୍ ଠାରେ ବୁଧବାର ମଧ୍ୟାହ୍ନରେ  ବିଶ୍ବ ରକ୍ତ ଶିକୁଳି ଦିବସ ପାଳିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଅନୁଷ୍ଠିତ କାର୍ଯ୍ଯକ୍ରମରେ ବ୍ରହ୍ମପୁର ମେୟର ସଙ୍ଗମିତ୍ରା ଦଳାଇ, ଜିଲ୍ଲା ବିଜେପି ସଭାପତି ସୁବାସ ସାହୁଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। 

ସିକଲ ସେଲ ବା ରକ୍ତ ଶିକୁଳି ରୋଗ ଏକ ବଂଶଗତ ରୋଗ ଯାହାଦ୍ଵାରା ରକ୍ତରେ ହିମୋଗ୍ଲୋବିନ ତିଆରି କରୁଥିବା ଜିନ୍ ତୃଟି ଯୁକ୍ତ ହୋଇଥାଏ । ଶିକୁଳି ଭାଙ୍ଗି ପାରିଲେ ରକ୍ତ ଶିକୁଳି ରୋଗକୁ ହରାଇବା ସହଜ ହେବ ବୋଲି କହିଥିଲେ ଅତିଥି। 


ଏହି ରୋଗ ଦ୍ଵାରା ଶରୀରରେ ଲୋହିତ ରକ୍ତକଣିକା କମିଯିବା, ଶରୀର ଓ ଗଣ୍ଠିରେ ଗମ୍ଭୀର ଯନ୍ତ୍ରଣା, ଥକ୍କାପଣ, ଆଖି ହଳଦିଆ ପଡ଼ିଯିବା, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ, ବାରମ୍ବାର ସଂକ୍ରମିତ ହେବା, ଗର୍ଭାବସ୍ଥା ରେ ଜଟିଳତା ଏବଂ ଅଙ୍ଗହୀନ ବା ବିକଳାଙ୍ଗ ହେବାପରି ଜଟିଳ ସ୍ଥିତି ଉପୁଜି ପାରେ। ଏହା ଏକ ଜରୁରୀକାଳୀନ ସ୍ଥିତି ଅଟେ, ତେଣୁ ତୁରନ୍ତ ଡାକୁରଙ୍କ ପରାମର୍ଶ ନେବା ଉଚ଼ିତ ବୋଲି କହିଛନ୍ତି ବହୁ ଡାକ୍ତର ।

ଏହି ରୋଗ ବଂଶଗତ ଅଟେ ତେଣୁ ନିଜ ସ୍ୱାସ୍ଥ୍ୟ ଏବଂ ନିଜ ପରିବାରର ଭବିଷ୍ୟତ ସ୍ୱାସ୍ଥ୍ୟରକ୍ଷା ପାଇଁ ପରୀକ୍ଷଣ କରାଇ ଦେବାକୁ ସେ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ । ଯଦି ମାତା ପିତା ଉଭୟେ ସିକିଲ ସେଲ ରକ୍ତହୀନତା ଗ୍ରସ୍ତ ତେବେ ସନ୍ତାନସନ୍ତତି ମଧ୍ୟ ସିକଲସେଲ ରୋଗ ଦ୍ଵାରା ସଂକ୍ରମିତ ହୋଇଥାନ୍ତି ତେଣୁ ବିବାହ ପୂର୍ବରୁ ରକ୍ତ ପରୀକ୍ଷା କରାଇ ନେଇ ସେହି ଅନୁସାରେ ନିଜ ଜୀବନସଂଗୀ ଚୟନ ପୂର୍ବକ ଏହି ଶିଶୁଳିକୁ ଭାଙ୍ଗି ପାରିଲେ ଆମେ ରକ୍ତ ଶିକୁଳି ରୋଗକୁ ହରାଇ ପାରିବା ବୋଲି ସେ କହିଥିଲେ । ୨୦୪୭ ସୁଦ୍ଧା ଭାରତକୁ ସିକଲସେଲ ରକ୍ତହୀନତାରୁ ମୁକ୍ତ କରିବା ପାଇଁ କେନ୍ଦ୍ରିୟ ବଜେଟରେ ଏକ ମିଶନ ଘୋଷଣା କରାଯାଇଛି ବୋଲି କୁହାଯାଇଛି।

Post a Comment

Previous Post Next Post