ମୋ ନିୟୁଜ ଓଡିଶା
ମଂଗଳବାରଠୁ ଆରମ୍ଭ ହୋଇଥିବା ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ଶପଥ ପାଠ କରୁଛନ୍ତି ନବ ନିର୍ବାଚିତ ବିଧାୟକ ।ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ନବ ନିର୍ବାଚିତ ବିଧାୟକ କେ ଅନିଲ କୁମାର୍ ବୁଧବାର ପୂର୍ବାହ୍ନରେ ଶପଥଗ୍ରହଣ କରିଛନ୍ତି। ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା କେ ଅନିଲ କୁମାର ବିଧାନସଭା ଗୃହକୁ ପ୍ରଥମେ ମୁଣ୍ଡିଆ ମାରି ପ୍ରବେଶ କରିଥିଲେ ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ଵାଇଁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଶପଥଗ୍ରହଣ ପରେ ସେ ନିଜ ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ଜନସେବା ଜାରି ରହିବ ଏବଂ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ସମସ୍ତ ସମସ୍ଯା ବିଧାନସଭାରେ ଉଠାଇବେ ବୋଲି ସେ କହିଛନ୍ତି।
Tags:
ଆଞ୍ଚଳିକ