ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଶୁକ୍ରବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବାପୁଜୀ ପଡିଆ ଠାରେ ଯୋଗ କରିଛନ୍ତି ନେତା, ସମାଜସେବୀଙ୍କ ସହ ଛାତ୍ରଛାତ୍ରୀ।
ବିଶ୍ୱ ପାଳୁଛି ଯୋଗ ଦିବସ, ଏଥରର ଥିମ୍ ‘ନିଜ ଓ ସମାଜ ପାଇଁ ଯୋଗ’
ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ।ଏହି ଅବସରରେ ଦେଶ ବିଦେଶରେ ପାଳିତ ହେଉଛି ଯୋଗ ଦିବସ । ୨୦୧୫ ମସିହାଠାରୁ ଆରମ୍ଭ ହୋଇଥିବା ଯୋଗ ଦିବସ ବର୍ତ୍ତମାନ ବିଶ୍ବର ବିଭିନ୍ନ ରାଷ୍ଟ୍ରରେ ଆଦୃତ ହୋଇଛି । ଏହି ଦିବସକୁ ଜାତିସଂଘ ବି ସ୍ବୀକୃତି ଦେବା ପରେ ବିଶ୍ବରେ ଏହା ଆଦୃତି ଲାଭ କରିଛି । ଯୋଗ ମୂଲ୍ୟବୋଧକୁ ସମ୍ମାନ ଦେବା ସହ ବିଶ୍ୱର କୋଣ ଅନୁକୋଣେ ଯୋଗକୁ ପହଞ୍ଚାଇବା ପାଇଁ ଭାରତ ପ୍ରସ୍ତାବ ଦେଇଥିଲା ଯାହାକୁ ଜାତିସଂଘ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା ।ଯାହାକୁ ନେଇ ବେଗୁନିଆପଡ଼ା କୋଦଳା ମେଡିକାଲ ଠାରେ ଯୋଗ ଦିବସ ପାଳନ ହୋଇଥିବା ଦେଖିବାକୁ ମିଳିଛି ।ଏହି ଅବସରରେ ଆୟୁଷ ଡାକ୍ତର ଡ଼ା ସଞ୍ଜୟ କୁମାର ସାହୁ ଓ ଡ଼ା ଜୟଦେବ ନାୟକଙ୍କ ସମେତ ବହୁ କର୍ମ ଚାରି ଉପସ୍ଥିତ ଥିଲେ।