ପୋଲସରା ଓ ବୁଗୁଡ଼ାରେ ବିଶ୍ଵ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

 


ପୋଲସରା/ବୁଗୁଡ଼ା ମୋ ନିୟୁଜ ଓଡିଶା ୨୧/୦୬/୨୪ ଆଜି ହେଉଛି  ଆନ୍ତର୍ଜାତିକ ଯୋଗ ଦିବସ, ଜୁନ ୨୧/୦୬/୨୪ ତାରିଖ ହେଉଛି ବିଶ୍ବ ଯୋଗ ଦିବସ, ଏହି ଦିବସଟି ଭାରତ ସହିତ ସାରା ବିଶ୍ବରେ ପାଳନ ହେଉଥିବା ବେଳେ ପୋଲସରା ନିର୍ବାଚନ ମଣ୍ଡଳୀ ପୋଲସରା ଓ ବୁଗୁଡ଼ାରେ ମଧ୍ଯ ପାଳିତ ହୋଇଯାଇଛି। ଏହି ଯୋଗ ଦିବସଟିକୁ ଆନ୍ତର୍ଜାତିକ ସ୍ତରରେ ପାଳନ କରିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ  ମିଳିତ ଜାତି ସଂଘ ଅଧିବେସନରେ ଅନୁମୋଦନ ଦ୍ୱାରା ଡିସେମ୍ବର ମାସ ୨୦୧୫ ମସିହା ଠାରୁ ପ୍ରତ୍ୟେକ ବର୍ଷ ସେହି ଦିନଠାରୁ ଯୋଗାସନ ପ୍ରାଣାୟମ କୁ ସମ୍ମାନଦେବା ସହ ବିଶ୍ୱର କୋଣ ଅନୁକୋଣରେ ଯୋଗ ଦିବସ ପାଳନ କରାଯାଇଛି।ଏହି ପରିପ୍ରେକ୍ଷୀରେ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ଲୁଣିଘାଟି ପଡିଆରେ ବିଶ୍ବ ଯୋଗ ଦିବସ ପାଳନ ହୋଇଯାଇଛି।ଆଇନଜୀବୀ ତଥା ଯୋଗ ପ୍ରଶିକ୍ଷକ ଗୌରହରି ବିଷୋୟୀ ଯୋଗର ପ୍ରଶିକ୍ଷଣ ଦେଇଥିବା ବେଳେ ଏହାର ଉପକାରୀତା ବିଷୟରେ ଆଲୋକପାତ କରିଥିଲେ।ଆଜିର ଏହି ଯୋଗ ଦିବସ କୁ ମାନ୍ୟବର ମତ୍ସ୍ଯ, ପଶୁସମ୍ପଦ ବିକାଶ, ଲଘୁ ଓ କ୍ଷୁଦ୍ର ଶିଳ୍ପ ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ଓ ଆସିକା ସାଂସଦ ଅନିତା ଶୁଭଦର୍ଶୀନୀ ପଟ୍ଟନାୟକ ଯୋଗଦାନ କରି ଅଂଶଗ୍ରହଣ କରିଥିବା ଲୋକଙ୍କ ସହିତ ଯୋଗ କରିବା ସହ ଯୋଗ କରି ରୋଗରୁ ମୁକ୍ତି ପାଇବା ପାଇଁ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆଜି ସାରା ବିଶ୍ବରେ ଯୋଗର ଉପକାରିତା ସଂପର୍କରେ ପ୍ରତ୍ୟେକ ଧର୍ମର ଲୋକେ ଜାଣିବା ବେଳେ ଏହାକୁ ଆପଣାଇ ମୋଦିଙ୍କ ପ୍ରଶଂସା କରିଥିବା ପ୍ରକାଶ କରିଥିଲେ ଉଭୟ ମନ୍ତ୍ରୀ ଓ ସାଂସଦ। ଏହି କାର୍ଯ୍ୟକ୍ରମରେ ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରେଶ ଚନ୍ଦ୍ର ଜାନୀ, ତହସିଲଦାର ରୁବୀ ବେହେରା, ଘୁମୁସର ସାଙ୍ଗଠନିକ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା, ଯୁବମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ,ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ରୁଷି ମାଝୀ ଯୋଗଦେଇ ଥିଲେ। ଏହି ଦିବସରେ କିଛି ବ୍ୟକ୍ତି ବିଶେଷ ଙ୍କୁ ମଧ୍ଯ ସମ୍ମାନୀତ କରାଯାଇଥିଲା।ସେହି ଭଳି ଭାବେ ବୁଗୁଡା  ବରିଷ୍ଟ ନାଗରିକ ମଞ୍ଚ କାର୍ଯ୍ୟାଳୟ ଠାରେ ଯୋଗ ଦିବସ ପାଳନ ହୋଇଥିବା ବେଳେ ପ୍ରତ୍ୟେକ ସ୍କୁଲ ଓ କଲେଜ ଗୁଡିକରେ ମଧ୍ୟ ଛାତ୍ରଛାତ୍ରୀ ମାନେ ଯୋଗଦିବସ ପାଳନ କରିଛନ୍ତି।

Post a Comment

Previous Post Next Post