ବ୍ରହ୍ମପୁର ଖାଲାସି ସାହିରେ ବାଇକ୍ ଚୋରୀ କରିବାକୁ ଯାଇ ବିଫଳ ହେଲା ଚୋର, ସିସିଟିଭିରେ କଏଦ ହେଲା ଚିତ୍ର


ମୋ ନିୟୁଜ ଓଡିଶା 

ବାଇକ୍ ଚୋରୀ ଉଦ୍ଯମ କରି ଫେଲ୍ ମାରିଲା ଚୋର। ବ୍ରହ୍ମପୁର ଟାଉନ୍ ଥାନା ଅନ୍ତର୍ଗତ ଖାଲାସି ସାହିରୁ ଆସିଛି ଏଭଳି ଏକ ଘଟଣା। ଯାହାର ଚିତ୍ର ସିସିଟିଭିରେ କଏଦ ହୋଇଛି ।ସୂଚନା ଅନୁସାରେ ଗତକାଲି ଅର୍ଥାତ୍ ସୋମବାର ରାତି ପ୍ରାୟ ସାଢେ ୨ ଘଣ୍ଟା ସମୟରେ ସାହିର ଏକ ଘର ଦୁଆରେ ଥିବା ବାଇକ୍ କୁ ଚୋରୀ କରିବାକୁ ଜଣେ ଚୋର ଆସିଥିଲା। ବାଇକ୍ କୁ କୌଶଳ କ୍ରମେ ଚୋରୀ କରିବା ପାଇଁ ଉଦ୍ୟମ କରୁଥିଲା। ତେବେ ହ୍ଯାଣ୍ଡେଲ୍ ଲକ୍ କୁ ଖୋଲି ପାରି ନଥିଲା। ଅନେକ ଚେଷ୍ଟା ସତ୍ବେ ନ ଖୋଲିବାର ଶେଷରେ ବାଧ୍ୟ ହୋଇ ଚୋର ଫେରି ଯାଇଥିବା ଦେଖିବାକୁ ମିଳିଛି। ଘଟଣାର ପୁରା ଚିତ୍ର ଆଜି ଅର୍ଥାତ୍ ମଂଗଳବାର ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Post a Comment

Previous Post Next Post