ଆଶୀର୍ବାଦ ଅନୁଷ୍ଠାନ ଦ୍ୱାରା ବିଶ୍ବ ପରିବେଶ ଦିବସ ଅନୁଷ୍ଠିତ

    ମୋ ନିୟୁଜ ଓଡିଶା ସୋମବାର ପୂର୍ବାହ୍ନ ୯ଘଟିକା ସମୟରେ ଆଶୀର୍ବାଦ ଅନୁଷ୍ଠାନ ତରଫରୁ ନାଗିଆପଶି ଗ୍ରାମ ପଞ୍ଚାୟତ ର ମା ଅନ୍ଧାରି ବାଉତୀ ମନ୍ଦିର ପ୍ରାଙ୍ଗଣରେ ବିଶ୍ଵ ଯୁବକେନ୍ଦ୍ର ନୂଆଦିଲ୍ଲୀ ଏବଂ ଆଇ, ଆଇ, ୱାଇ, ଡି,ଭୁବନେଶ୍ୱର ମିଳିତ ଆନୁକୁଲ୍ୟରେ ବିଶ୍ଵ ପରିବେଶ ସମ୍ବନ୍ଧରେ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମରେ ଫକୀର ମୋହନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀବତ୍ସ ଚିନାରା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ପରିବେଶ ଓ ତାର ସୁରକ୍ଷା ଏବଂ ମୃତ୍ତିକା ସଂରକ୍ଷଣ ସମ୍ବନ୍ଧରେ ବିଶଦ ଆଲୋଚନା କରିଥିଲେ। ଅନ୍ୟତମ ବକ୍ତା ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା (ସି, ଆର, ସି, ସି) ତଥା ବିଜ୍ଞାନ ଶିକ୍ଷକ ମୃତ୍ତିକା ସଂରକ୍ଷଣ କୁ ଭିତ୍ତି କରି ପରିବେଶ ସୁରକ୍ଷା ସମ୍ବନ୍ଧରେ ଏକ ସ୍ବରଚିତ କବିତା ପାଠ ଏବଂ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମରେ ନାଗିଆପଶି ଗ୍ରାମ ପଞ୍ଚାୟତ ର ୫୦ ରୁ ଉର୍ଦ୍ଧ୍ବ ମହିଳା , ପୁରୁଷ ଏଵଂ ଶିଶୁ, ସକ୍ରିୟ ଅଂଶଗ୍ରହଣ କରିଥିଲେ । ସମ୍ମାନିତ ଅତିଥି ଭାବରେ ୱାର୍ଡ଼ ମେମ୍ବର ଶ୍ରୀମତୀ ପାର୍ବତୀ ସେଠୀ, ମହିଳା ମହାସଂଘର ସଭାନେତ୍ରୀ ଶ୍ରୀମତୀ ମାନିନୀ ସେଠୀ,ଆଶୀର୍ବାଦ ଅନୁଷ୍ଠାନ ର ଉପ ସଭାପତି ଶ୍ରୀମତୀ ବନଜା ମାନସିଂହ ଉପସ୍ଥିତ ଥିଲେ।ଆଶୀର୍ବାଦ ଅନୁଷ୍ଠାନ ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅମ୍ବିକା ପ୍ରସାଦ ମିଶ୍ର ଏହି ବିଶ୍ଵ ପରିବେଶ ଦିବସ ପାଳନ ସଚେତନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏଵଂ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post