ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିରର ଉଦଯାପନୀ ଉତ୍ସବ,

 


ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ଓ କାର୍ଯ୍ୟକ୍ରମର ପୃଷ୍ଟପୋଷକଙ୍କୁ ସମ୍ବର୍ଦ୍ଧିତ 

(ଗଞ୍ଜାମ ଜିଲ୍ଲା ବିରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ସ୍ଥାନୀୟ ଜୟପ୍ରକାଶ ନଗରସ୍ଥିତ ଆୟାନୀ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିରର ଉଦଯାପନୀ ଉତ୍ସବ ସହ ପୁରସ୍କାର  ବିତରଣ କାର୍ଯ୍ୟକ୍ରମ ରେନବୋ ପ୍ଲେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ପରିଚାଳିକା ତଥା ଅଧ୍ୟକ୍ଷା ଅସ୍ମିତା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଟ ସାମ୍ବାଦିକ ସୁଦୀପ କୁମାର ସାହୁ ସଂଯୋଜନା କରିଥିଲେ l ମୁଖ୍ୟ ଅତିଥିରୂପେ ପୂର୍ବତନ  ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆୟୁର୍ବେଦ ଡାକ୍ତର ସୁର୍ଜିତ ପାଣିଗ୍ରାହୀ, ବଡି ବିଲଡର ତଥା ସମାଜ ସେବୀ ଅଜିତ କୁମାର ପାତ୍ର, ମୁକୁନ୍ଦ ଗୌଡ଼, ମନୋଜ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଦୁର୍ଗା ପ୍ରସାଦ ରେଡି, ରବି ସାହାଣୀ, ବିଭୁ ପ୍ରସାଦ ସାହୁ, ନନ୍ଦି ଗନ୍ତାୟତ, ବଣ୍ଟି ସାହୁ, ମନିଷା  ଦାସ, ପଦ୍ମିନୀ ନାୟକ, ସ୍ୱପ୍ନାରାଣୀ ଗୌଡ଼, କୁରି ସାହୁ, ସୋନାଲି ଓ ଚିତ୍ରା ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ ପୂର୍ବରୁ ଆୟୋଜିତ ଚିତ୍ର ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ  କରାଯିବା ସହ ପ୍ରଶିକ୍ଷଣ ନେଇଥିବା  ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା l

Post a Comment

Previous Post Next Post