ଅବକାରୀ ଓ ପୁଲିସ୍ ବିଭାଗ ଚେଇ ଶୋଇଛି, ଚୋରା ମଦ ଭାସୁଛି । ନୁଆଗଡ ମଦ ମୃତ ଆଶଙ୍କା

 


ଆର,ଉଦୟଗିରି ମୋ ନିୟୁଜ ଓଡିଶା -  ନୁଆଗଡ  ବ୍ଲକରେ ଅବାଧରେ ଚୋରା ମଦ କାରବାର ଚାଲିଥିବା ଦେଖିବାକୁ ମିଳୁଛି । ଅବକାରୀ ଓ ପୁଲିସ୍  ବିଭାଗ  ଚେଇ ଶୋଇଛି। ଏଥିରେ ଅବକାରୀ  ବିଭାଗ ମଧ୍ୟ ନିଷ୍କ୍ରିୟ  ରହିବା ଏବଂ ପୁଲିସ ସହାୟତା ପ୍ରଦାନ କରିବା ଅଞ୍ଚଳବାସୀର ସ୍ତ୍ରୀ ପାଇଁ ଉଦ୍ବେଶର ବିଷୟ ପାଲଟିଛି । ,  ନୁଆଗଡ ବ୍ଲକର ଖଜୁରିପଦା,ନୁଆଗଡ,ବଡପଦା,କେରେଡାଙ୍ଗ, ପି,ଅନ୍ତରଡା,ତାବରଡା, ଗୋଲି, ଏନ୍, ଝାଲରସିଂ, ସମ୍ବଲପୁର, ସରଳାପଦର, ପରିମଳ ଅନୁଗୁରୁ, କିରାମା ସୁନ୍ଦରଡାଙ୍ଗ, ଉଦୟପୁର, ତୁମନ, ବୁରୁସିଂ ତରଭା, ପୁଟୁରୁପଡା, ବେତସିଂ, ରଙ୍ଗମାଟି ଏବଂ ଏହାର ଆଖପାଖ ଅଞ୍ଚଳରେ ଦେଶୀମଦ ଓ ବିଦେଶୀ ମଦ ଚୋରା କାରବାର ବୃଦ୍ଧି ପାଇବାରେ ଲାଗିଛି । ରାୟଗଡା ସରକାରୀ ସ୍ବୀକୃତ୍ତି ପ୍ରାପ ବିଦେଶୀ ମଦ ଦୋକାନରୁ ପ୍ରତିଦିନ ନୁଆଗଡ, ଖଜୁରିପଦା,ବଡପଦା, କେରେଡାଙ୍ଗ ଏବଂ ଏହାର ବିଭିନ୍ନ ଅଞ୍ଚଳକୁ ବିଭିନ୍ନ ଗାଡି ମଟରରେ ମଦ ଚାଲଣ ହୋଇ ଅଞ୍ଚଳର ବିଭିନ୍ନ ଦୋକାନରେ ଓ ହୋଟଲ ଗୁଡିକରେ ଖୋଲା ଖୋଲି ବିକ୍ରି ଲେଉଛି ।  ନୁଆଗଡ ଓ ଖଜୁରୀପଦା ଗ୍ରାମର ବିଭିନ୍ନ ଜାଗା ଖୋଲା ଖୋଲି ଦେଶୀମଦ ପକଟ ବିକ୍ରି ହେବା ସହ ସରକାରୀ ଦରଠାରୁ ଅଧିକ ଦାମରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ଏହି ଅଞ୍ଚଳରେ ମଦ ବିକାଳି ପଚାରିଲେ ଆମେ ପୁଲିସ ଓ ଅବକାରୀ ବିଭାଗକୁ ମାସିକିଆ ଚାନ୍ଦାଦେଇ ମଦ ବିକ୍ରି କରୁଛୁ ତୁମର ହାତ କଣ କର ବୋଲି ଉତ୍ତର ମିଳୁଛି । ସାଧାରଣ ଲୋକ ଓ ଗ୍ରାମର ମହିଳା ମଣ୍ଡଳ ଏହି ମଦବିକ୍ରି ପ୍ରତିବାଦ କଲେ ପୁଲିସ ନାଲି ଆଖିରେ ଶିକାର ହେବା ସହ ମଦ ବେପାରିଙ୍କ ମାନେ ଆକ୍ରମଣ ଶିକାର ହେବାକୁ ପଡୁଛି । ଆର,ଉଦୟଗିରି ଥିବା  ସରକାରୀ ସ୍ବୀକୃତି ପ୍ରାପତ ଭାଟିରୁ ମାଚ ମାସରୁ ଏହିଭାଟି ବନ୍ଦ ହୋଇଯାଇଥିବାରୁ ଛେଳିଗଡ ଭାଟିରୁ ପ୍ରତିଦିନ ବିଭିନ୍ନ ଯାନ ବାହନ ଦ୍ବାରା ଅବାଧରେ ନୁଆଗଡ ଓ ଏହାର ଆଖପାଖ ଅଞ୍ଚଳକୁ ପ୍ରତିଦିନ ଶହ ଶହ ପ୍ୟାକେଟ୍ ମଦ ଚାଲଣ ହେଉଛି । ବିଭିନ୍ନ ଗ୍ରାମ କୁଡିକୁ ଅବାଧରେ ମଦବିକ୍ରି ଚାଲୁଥିବା ବେଳେ ଅବକାରୀ ଓ ପୁଲିସର ଅଣଦେଖା ଚାଲିଛି । ଏହି ଚୋରାମଦ କାରବାର ଯୋଗୁଁ  ଯୁବକମାନେ  ମଦପିଇ ମାତାଲ ହୋଇ ରାସ୍ତାରେ ଝିଅ, ବୋହୁ ଚାଲିବାକୁ ଅଞ୍ଚଳରେ ଭୟ କରୁଛନ୍ତି । ଏଥିସହ  ନୁଆଗଡ  ଅଅଞ୍ଚଳରବାସୀ ବିଭିନ୍ନ ଜାଗାରେ  ଜାଗାରେ ଜୁଆଖେଳ ଖୋଲା ଖୋଲି ଭାବେ ଚାଲିଥିବା ବେଳେ ପୁଲିସ ଅଧିକାରୀମାନେ ସବୁସୁଣି ମଧ୍ୟ ଚୁପ୍ ରହୁଛନ୍ତି  । ଏଥିପ୍ରତି ଗଜପତି ଏସପି ଧନ୍ୟଦେଇ ଚୋରାରେ ଚାଲୁଥିବା ମଦ ବିକ୍ରି  ବନ୍ଦ କରିବାକୁ ଦାବି  ହେଉଛି  ।

Post a Comment

Previous Post Next Post