ଆନ୍ଧ୍ର ଓ ତେଲେଙ୍ଗାନା ତିନି ରାଜ୍ୟର ସାଧୁସନ୍ଥଙ୍କ ସମ୍ମିଳନୀ, ମହେନ୍ଦ୍ରଗିରିରେ ଓଡିଶା

 


ଗଜପତି ମୋ ନିୟୁଜ ଓଡିଶା (୧୯/୬/୨୦୨୪):ଗଜପତି ଜିଲ୍ଲାରେ ଅବସ୍ଥିତ ଦେଶର ଅନ୍ୟତମ ଐତିହ୍ୟ ସ୍ଥଳ ମହେନ୍ଦ୍ରଗିରିର ସୁରକ୍ଷା ଓ ଏଠାରେ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ଦାବି କରି ଓଡିଶା, ଆନ୍ଧ୍ର ଓ ତେଲେଙ୍ଗାନା 3 ରାଜ୍ୟର ସାଧୁସନ୍ଥମାନେ ମହେନ୍ଦ୍ର ଶିଖରରେ ଏକତ୍ରିତ ହୋଇଛନ୍ତି. ଏହି କ୍ରମରେ ମହେନ୍ଦ୍ରଗିରି ସ୍ଥିତ କୁନ୍ତୀ ମନ୍ଦିର ଠାରେ ଏକ ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ ମହେନ୍ଦ୍ରଗିରିର ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବା ସହ 4 ଯୁଗର ତପ ସ୍ଥଳୀ ମହେନ୍ଦ୍ରଗିରିର ଅନୁସାଙ୍ଗିକ ଉନ୍ନତି ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସମ୍ମିଳନୀରେ ସାଧୁସନ୍ଥମାନେ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି. ଅଖିଳ ଭାରତ ସନ୍ଥ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ବରିଷ୍ଠ ସାଧୁସନ୍ଥମାନେ ଯୋଗ ଦେଇଥିଲେ | ଐତିହ୍ୟସ୍ଥଳୀ ମହେନ୍ଦ୍ରଗିରିର ସୁରକ୍ଷା ଲାଗି ସମସ୍ତେ ଏଠାରେ ସାମିଲ ହୋଇଥିଲେ । ଭଗବାନ ପର୍ଶୁରାମଙ୍କ ତପସ୍ଥଳୀ, ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଶିଖରରେ ପରିବେଶ ସୁରକ୍ଷା, ମହେନ୍ଦ୍ରଗିରି ଚାରିଯୁଗବର ତପସ୍ଥଳି ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଏଠାରେ ଆଲୋଚନାହୋଇଥିଲା | ଏହି ସ୍ଥାନ ବିଶ୍ବର ପ୍ରସିଦ୍ଧ ତପସ୍ଥଳିI ଯେଉଁଠାରେ ଭଗବାନ ପର୍ଶୁରାମ ତପସ୍ୟା କରିଥିଲେ I ଏହାର ପବିତ୍ରତା ରକ୍ଷା କରିବା, ସନ୍ଥ ସମାଜର ସୁରକ୍ଷା, ସନାତନ ଧର୍ମର ପ୍ରଚାର ପ୍ରସାର ଉପରେ ଆଲୋଚନା କରାଯାଇଥିଲା । ସମ୍ମିଳନୀରେ ଆନ୍ଧ୍ର ପ୍ରଦେଶ ଶାଖାର ଅଧକ୍ଷ ଶ୍ରୀନିବାସ ନନ୍ଦ, ତିନିରାଜ୍ୟର ଅଧ୍ଯକ୍ଷ ଐତିହ୍ୟର ସୁରକ୍ଷା ଓ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ଦାବି କରିଥିଲେ । ଦଣ୍ଡିସ୍ବାମୀ ଭାସ୍କରାନନ୍ଦ ତୀର୍ଥ ମହାରାଜ ଲକ୍ଷ୍ମୀ ବାବା, ଆନ୍ଧ୍ରପ୍ରଦେଶ ଧର୍ମ ସମାଜ ଅଧ୍ୟକ୍ଷ ସିଏଚ୍ ଲକ୍ଷ୍ମଣ ରାଓ ଆଚାରୀ, ଓଡ଼ିଶା ଶାଖାର ଉପସଭାପତି ହରିହର ଦାସ ମହାରାଜ, ସ‌ହ ସମ୍ପାଦକ ଚିନ୍ମୟାନନ୍ଦ ଦାସ, ସଂଗଠକ ସମ୍ପାଦକ ଅଯୋଧ୍ୟା ଦାସ, ତେଲେଙ୍ଗେନାର ସ୍ୱମୀ ସୁରାପା ନନ୍ଦ, ସ୍ବାମୀ ଓଁକାର ନନ୍ଦ, ସ୍ବାମୀ ଅଖଣ୍ଡା ନନ୍ଦ ସମେତ ଶତାଧିକ ସାଧୁସନ୍ଥ ଉପସ୍ଥିତ ହୋଇଥିଲେ। ବିଶ୍ବ ପ୍ରସିଦ୍ଧ ମହେନ୍ଦ୍ରଗିରିର ପ୍ରବିତ୍ରତା ରକ୍ଷା କରିବା ପାଇଁ ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରା‌ଯିବ ବୋଲି ଏଠାରେ କୁହାଯାଇଛି। ସେହିଭଳି ମହେନ୍ଦ୍ରଗିରିକୁ ତପସ୍ଥଳୀ ରୂପେ ମାନ୍ୟତା ପ୍ରଦାନ କରିବା, ମହେନ୍ଦ୍ରଗିରିର ଆଧ୍ୟାତ୍ମିକ ଇତିହାସକୁ ଲୋକଲୋଚନକୁ ଆଣିବା, ଶିଖରରେ ପର୍ଶୁରାମଙ୍କ ଭବ୍ୟ ଓ ବିରାଟ ମନ୍ଦିର ନିର୍ମାଣ କରିବା, ଶ୍ରଦ୍ଧାଳୁଙ୍କ ଲାଗି ଧାନ ମଣ୍ଡପ, ଯଜ୍ଞଶାଳାର ସୁରକ୍ଷା, ଯୋଗଶାଳା, ଭକ୍ତ ବିହାର ଏବଂ ବେଦ ବିଦ୍ୟାଳୟ ସ୍ଥାପନ କରିବା, ଶ୍ରଦ୍ଧାଳୁ ଓ ସନ୍ଥଙ୍କ ରହଣି ଲାଗି ବିଶ୍ରାମ ଶାଳା ସମେତ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇଦେବା, ସେହିଭଳି ସମସ୍ତଙ୍କ ସୁରକ୍ଷା ଲାଗି ବ୍ୟବସ୍ଥା କରିବା, ପିଇବାପାଣି ଓ ଆଲୁଅ ବ୍ୟବସ୍ଥା, ଜୈବ ପରିବେଶର ସୁରକ୍ଷା, ଉକ୍ତ ଅଞ୍ଚଳର ଅବାସୀଙ୍କୁ ମନ୍ଦିର ଦର୍ଶନ କରିବା ଲାଗି ରାସ୍ତାଘାଟର ସୁବ୍ୟବସ୍ଥା, ଦୀର୍ଘଦିନ ଧରି ଅଧପନ୍ତରିଆ ଭାବେ ପଡ଼ି ରହିଥ‌ିବା ରାସ୍ତାର ପୁନଃନିର୍ମାଣ ଆଦି ଦାବି କରାଯାଇଛି । ନୂତନ ସରକାର ଓଡ଼ିଶାରେ ଗଠନ ହୋଇଥିବା ବେଳେ ଏହି ମହାନ ଐତିହ୍ୟସ୍ଥଳର ବିକାଶ ଲାଗି ପଦକ୍ଷେପ ନେବେ ବୋଲି ସାଧୁସନ୍ଥମାନେ ଆଶା ପ୍ରକଟ କରିଛନ୍ତି।

Post a Comment

Previous Post Next Post