।
ଆର,ଉଦୟଗିରି(ମନୋଜ କୁମାର ପାଢୀ)- ସରକାରଙ୍କ ରାଜ୍ୟରେ ଥିବା ଗାଁ ଗୁଡିକୁ ସଫାସୁତରା ରଖିବା ସହିତ ସଚେତନତା ସୃଷ୍ଟି କରିବା ପାଇଁ ଖର୍ଛ କରୁଛନ୍ତି କୋଟି କୋଟି ଟଙ୍କା । ଏଥି ନିମନ୍ତେ ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକକୁ ମଧ୍ୟ ଲକ୍ଷ ଲକ୍ଷ ହେଉଛି ହେଲେ ସେହି ଅର୍ଥସବୁ ଠିକ୍ ଭାବରେ ବ୍ୟୟ ନହୋଇ କେବଳ କାଗଜ କଲମରେ ଖର୍ଛ ହେବାପରି ଦର୍ଶାଯାଉଥିବା ଅଭିଯୋଗ ହେଉଛି । ଅବସଚେନତା କାରଣରୁ ବ୍ଳକର ଅଧିକାଂଶ ଗ୍ରାମରେ ଅଳିଆ ଆବର୍ଜନା ସବୁ ପଡାରହି ଦୂଷିତ ପରିବେଶ ସୃଷ୍ଟି କରିବା ସହିତ ମ୍ୟାଲେରିଆ ଓ ଝାଡାବାନ୍ତି ଭଳି ରୋଗ ବୃଦ୍ଧି ପାଇଛି । ଏହାର ନିରାକରଣ ସହିତ ଲୋକମାନଙ୍କୁ ସଚେତନତା କରିବା ନିମନ୍ତେ ସରକାର ଗାଁ କଲ୍ୟାଣ ସମିତିମାନ ଗଠନକରି ଲୋକଙ୍କ ଜରିଆରେ ଅର୍ଥ ଖର୍ଛକରି ସଚେତନତା ସୃଷ୍ଟି କରିବା ସହିତ ଗ୍ରାମ ପରିବେଶକୁ ସଫାସୁତୁର କରିବା କଥା ହେଲେ ଆର,ଉଦୟଗିରି ବ୍ଳକରେ ତାହା ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଏଠାକାର ଲୋକଙ୍କ ନିରକ୍ଷରତା , ସରଳତା ଓ ସଚେତନତାର ଅଭାବ ହେତୁ ବ୍ଳକର ବିଭିନ୍ନ ଗ୍ରାମକୁ ଗାଁ କଲ୍ୟାଣ ପାଣ୍ଠି ନାମରେ ଆସୁଥିବା ଲକ୍ଷ ଲକ୍ଷ ଟଙ୍କାକୁ କେବଳ କାଗଜ କଲମରେ ଖର୍ଛ ହେବଭଳି ଦର୍ଶାଯାଇ ବିଲ୍କରି ଚଳୁକରି ଦିଆଯାଇଛି । କେଉଁ ଗାଁ ରେ ବାବଦକୁ କେତେ ଅର୍ଥ ଆସୁଛି ଓ କେତେ ଖର୍ଛ ହୋଇଛି । ତାହା ଗାଁର ଲୋକେ ଜାଣିପାରୁ ନାହାନ୍ତି । ଆର,ଉଦୟଗିରି ଗ୍ରାମର ବିଭିନ୍ନ କୁଡୁଡ ଅଳିଆ ଗଧା ପଢିଥିଲେ ମଧ୍ୟ ବ୍ଳକ ପ୍ରଶାସନର ନିଭାନାହିଁ । ସେହିପରି ଆର,ଉଦୟଗିରି ତେତୁଲି ସାହିର ଏକ ପଡିଆ ସାହିର ଲୋକେ ସମସ୍ତ ଅଳିଆ ପକାଇ ଦ୍ବାରା ସାହିକୁ ଅଳିଆ ଉପରେ ଯିବୁ ପଡୁଛି । ଯଦି ଭିଜିଲାନ୍ସ ବିଭାଗ ଦ୍ବାରା ଏହାର ତଦନ୍ତ କରାଯିବ ତାହାହେଲେ ସମସ୍ତ ଘଟଣା ପଦାକୁ ଆସିବ ବୋଲି ସାଧାରଣରେ ଦାବି ହେଉଛି । ଏହାର ପ୍ରକୃତ ରହସ୍ୟ ମିଳିପାରିବ ।