ବିଜେପି ର ବିଜୟ ମୁକୁଟ ପିନ୍ଧିଲେ ଆସିକା ସାଂସଦ ଅନିତା ଶୁଭଦର୍ଷନୀ ଓ ବିଧାୟକ ରୂପେ ସରୋଜ କୁମାର ପାଢୀ

ବିଜେପି ର ବିଜୟ ମୁକୁଟ ପିନ୍ଧିଲେ ଆସିକା ସାଂସଦ ଅନିତା ଶୁଭଦର୍ଷନୀ ଓ ବିଧାୟକ ରୂପେ ସରୋଜ କୁମାର ପାଢୀ 



(ଗଞ୍ଜାମ ଜିଲ୍ଲା ବିରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ଆସିକା :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ଆସିକା ନିର୍ବାଚନ ଅଙ୍କକସା ସରିଛି ପଚିଶ ବର୍ଷର ଶାସନର ଆସିକାରେ ଅନ୍ତ ଘଟିଛି। ଆସିକା ସାଂସଦ ରୂପେ ବିଜେପି ର ଅନିତା ଶୁଭଦର୍ଶନୀ ବହୁ ଭୋଟରେ ନିର୍ବାଚିତ ହୋଇଥିବାବେଳେ ଆସିକା ବିଧାୟକ ରୂପେ ବିଜେପି ସରୋଜ କୁମାର ପାଢୀ ବିଜୟୀ ହୋଇଛନ୍ତି। ଆସିକା ସାଂସଦ ଅନିତା ଶୁଭଦର୍ଶନୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ଓ ବିଜେଡିର ରଞ୍ଜିତା ସାହୁଙ୍କ ଠାରୁ ବହୁ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଛନ୍ତି। ସେହିଭଳି ସରୋଜ କୁମାର ପାଢୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ମଞ୍ଜୁଳା ସ୍ବାଇଁଙ୍କ ଠାରୁ ୭୯୬୨ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଛନ୍ତି। ଉଭୟ ପାର୍ଥି ସାଂସଦ ଓ ବିଧାୟକ ମୋଦିଙ୍କ ଜାତୀୟ ହାଓ୍ବରେ ( ମୋଦି ଲେହେର ) ଆମେ ନିର୍ବାଚିତ ହୋଇଛୁ । ଏହି ବିଜୟ ଲୋକମାନଙ୍କର ବିଜୟ। ନିର୍ବାଚନ ମଣ୍ଡଳିରେ ଚାଲିଥିବା ଅସାମାଜିକ କାର୍ଯ୍ୟକଳାପ, ଦୁର୍ନୀତି , ଭଷ୍ଟାଚାରର ଅନ୍ତ ଘଟିଛି। ଦୀର୍ଘ ୨୫ ବର୍ଷ ଧରି ବ୍ଳକ୍, ତହସିଲ, ଥାନାରେ, ଏନଏସି ରେ ଆଡା ଜମାଇ କୋଟି କୋଟି ଟଙ୍କାର ବିଜେଡି ଲୁଟି ନେଇଛି। ଏହି ଦୁର୍ନିତିର ତଦନ୍ତ କରାଯିବ ଏବଂ ଆସିକାର ଆଖି ଦୃଷ୍ଟିଆ ଉନ୍ନତି ପାଇଁ ପଦକ୍ଷେପ ନିଆଯିବ।ଦୀର୍ଘଦିନର କୁହୁଳୁଥିବା ଅସନ୍ତୋଷ ଆଜି ଲୋକ ଭୋଟ ମାଧ୍ୟମରେ ବହୁମତ ପ୍ରଦାନ କରି ବିଜେପି କୁ କ୍ଷମତାକୁ ଆସିଲେ ୨୫ ବର୍ଷ ଶାସନର ପରିବର୍ତ୍ତନ ରାଜ୍ୟ ଓ ଦେଶରେ ଏକ ରେକର୍ଡ ସୃଷ୍ଟି କଲା। ଏହି ପରିବର୍ତ୍ତନରେ ଆସିକା ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି lନବନିର୍ବାଚିତ ବିଧାୟକଙ୍କୁ ସହରର ବିଭିନ୍ନ ସଂଗଠନ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିବା ଜଣାଯାଏ। ନବନିର୍ବାଚିତ ବିଧାୟକ ସରୋଜ କୁମାର ପାଢୀ ବିଏଏଲଏଲବି ସାଙ୍ଗକୁ ଜଣେ ଆଇନଜିବି ଜନତା ଦଳରୁ ତାଙ୍କ ରାଜନୀତି ଆରମ୍ଭ ହୋଇଥିଲା। ୨୦୦୪ ରୁ ୨୦୦୯ ଆସିକା ସ୍ବାଧିନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତି ସମୟରେ କଂଗ୍ରେସ ଦଳରେ ଯୋଗଦେଇ ଆସିକା ବିଧାୟକ ପାର୍ଥି ହୋଇ ରହିଥିଲେ। ଏହାପରେ ସେ ବିଜେପି ଯୋଗଦେଇଥିଲେ। ବିଜେପି ୨୦୧୯ ଟିକଟ ନଦେବାପରେ ସେ ଦଳରୁ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ନିକଟରେ ସେ ବିଜେପିରେ ଯୋଗଦେବାସହ ବର୍ତ୍ତମାନ ଦଳିୟ ଟିକଟର ବିଜେପିରୁ ପାର୍ଥିହୋଇ ନିର୍ବାଚନ ହୋଇଛନ୍ତି।ବିଜେପି ର ବିଜୟ ମୁକୁଟ ପିନ୍ଧିଲେ ଆସିକା ସାଂସଦ ଅନିତା ଶୁଭଦର୍ଷନୀ ଓ ବିଧାୟକ ରୂପେ ସରୋଜ କୁମାର ପାଢୀ  l

Post a Comment

Previous Post Next Post