ବହୁ ଦିନର ତପସ୍ୟା ପୂରଣ ହେଲା, ସତରେ ଲେଖା ଛିଡ଼ିଲା !



ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ଆସନରୁ ୧୧ଟିରେ ବିଜେପିର ବାଜିମାତ,  ମୋ ନିୟୁଜ ଓଡିଶା 

ଓଡ଼ିଶାରେ ଲୋକସଭା ଆସନ ପୋଛିନେଲା ପଦ୍ମ, 

(ଗଞ୍ଜାମ ଜିଲ୍ଲା ବିରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଦୀର୍ଘ 24 ବର୍ଷ ପରେ ବିଜେଡିର  ସତରେ ଲେଖା ଛିଡିଲା ? ଗଞ୍ଜାମରେ ରେକର୍ଡ କଲା ବିଜେପି , ବ୍ରହ୍ମପୁର ସାଂସଦ ରୂପେ ବିଜେପିର ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ବହୁ ଭୋଟରେ ନିର୍ବାଚିତ ହୋଇଥିବାବେଳେ ବ୍ରହ୍ମପୁର ବିଧାୟକ ରୂପେ ବିଜେପି କେ. ଅନିଲ କୁମାର ବିଜୟୀ ହୋଇଛନ୍ତି  l ସେହିଭଳି ଓଡ଼ିଶାରେ ରେକର୍ଡ କଲା ବିଜେପି । 20ଟି ଲୋକସଭା ଆସନରେ ଏକ ତରଫା ବିଜୟ ହାସଲ କରି ବିଜେଡି ପାଖରୁ ସବୁ ଆସନ ଅକ୍ତିଆର କରିନେଇଛି ବିଜେପି  l ଓଡ଼ିଶା ରାଜନୀତି ଇତିହାସରେ ପ୍ରଥମ । ଆଜି ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ତେବେ ଲୋକସଭା ଆସନରେ ଚିତ୍‌ପଟାଙ୍ଗ ମାରିଛି ରାଜ୍ୟରେ 24 ବର୍ଷ ଧରି ଶାସନ କରିଥିବା ବିଜେଡି । ଦଳକୁ ସମ୍ପୂର୍ଣ୍ଣ ଭାବରେ ନିରାଶ ହେବାକୁ ପଡ଼ିଛି । ଗୋଟିଏ ଆସନରେ ବି ଖାତା ଖୋଲି ପାରିନାହିଁ ବିଜେଡି । ଓଡ଼ିଶା ରାଜନୀତିରେ ବିରାଟ ପରିବର୍ତ୍ତନ । ନିର୍ବାଚନ 2024 ଫଳାଫଳ ପ୍ରକାଶ ପାଇବା ପରେ ସାମ୍ନାକୁ ଆସିଛି ବଡ଼ ଚିତ୍ର । ରାଜ୍ୟରେ ମୋଟ 21ଟି ଲୋକସଭା ଆସନ ଥିବାବେଳେ ଗୋଟିଏ ବି ଆସନ ବିଜେଡି ଭାଗକୁ ଯାଇନାହିଁ । ଗତ 2019 ନିର୍ବାଚନରେ ବିଜେଡି 12ଟି ଲୋକସଭା ଆସନରେ ବିଜୟୀ ହୋଇଥିଲା । କିନ୍ତୁ ଚଳିତ 2024 ନିର୍ବାଚନରେ ସମସ୍ତ 12ଟି ଯାକ ଆସନକୁ ବିଜେଡି ହାତରୁ ଛଡାଇ ଆଣିଛି ବିଜେପି । ମୋଟ 20ଟି ଲୋକସଭା ଆସନରେ ବିଜୟୀ ହୋଇ ବଡ଼ ବିଜୟର ସ୍ବାଦ ଚାଖିଛି ଭାରତୀୟ ଜନତା ପାର୍ଟି । ସେପଟେ ଗତଥର ପରି ଚଳିତ ନିର୍ବାଚନରେ ମଧ୍ୟ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହେବା ସହ ଦଳ ତାର ପୂରୁଣା ଆସନ କୋରାପୁଟକୁ ବଜାୟ ରଖିଛି । ତେବେ 2014 ନିର୍ବାଚନରେ ବିଜେଡି 21ଟି ଲୋକସଭା ଆସନରୁ 20ଟିରେ ବିଜୟୀ ହୋଇଥିଲା । ହେଲେ 2024ରେ ମୋଦି ମ୍ୟାଜିକ୍‌ ଆଗରେ ଫେଲ ମାରିଛି ନବୀନ ଗ୍ୟାରେଣ୍ଟି । ଓଡ଼ିଶାରେ କାମ ଦେଇଛି ମୋଦି ମ୍ୟାଜିକ୍‌ । ବିଜେପି ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଢ଼ିବାକୁ ଯାଉଥିବା ବେଳେ 20ଟି ଆସନରେ ଜିତି କେନ୍ଦ୍ରରେ ପୁଣିଥରେ ମୋଦି ସରକାର ପାଇଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି । ମତଦାନ ପୂର୍ବରୁ ସମ୍ବଲପୁର, ଭୁବନେଶ୍ବର, କଟକ, କେନ୍ଦ୍ରାପଡ଼ା ଓ ପୁରୀ ଭଳି ହାଇପ୍ରୋଫାଇଲ ଲୋକସଭା ଆସନରେ କଡା ଟକ୍କର ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ସମସ୍ତ ଆସନରେ ବାଜିମାତ କରିଛି ବିଜେପି । ଲୋକସଭା ଆସନରେ ବିଜୟୀ ହୋଇଥିବା ବିଜେପି ପ୍ରାର୍ଥୀ:

ଭୁବନେଶ୍ବର: ଅପରାଜିତା ଷଡଙ୍ଗୀ ସମ୍ବଲପୁର: ଧର୍ମେନ୍ଦ୍ର ପ୍ରଧାନ କଟକ: ଭର୍ତ୍ତୃହରି ମହତାବ, ପୁରୀ: ସମ୍ବିତ ପାତ୍ର

କେନ୍ଦ୍ରାପଡ଼ା: ବୈଜୟନ୍ତ ପଣ୍ଡା

ବଲାଙ୍ଗୀର: ସଂଗୀତା ସିଂହଦେଓ କଳାହାଣ୍ଡି: ମାଳବିକା ଦେବୀ ଢେଙ୍କାନାଳ: ରୁଦ୍ରନାରାୟଣ ପାଣି

ଭଦ୍ରକ: ଅଭିମନ୍ୟୁ ସେଠୀ

ସୁନ୍ଦରଗଡ଼: ଜୁଏଲ ଓରାମ

ବରଗଡ଼: ପ୍ରଦୀପ ପୁରୋହିତ

ଆସିକା: ଅନିତା ଶୁଭଦର୍ଶିନୀ

ବ୍ରହ୍ମପୁର: ଡ଼ ପ୍ରଦୀପ ପାଣିଗ୍ରାହୀ

ନବରଙ୍ଗପୁର: ବଳଭଦ୍ର ମାଝୀ,

ମୟୂରଭଞ୍ଜ: ନବଚରଣ ମାଝୀ,

ବାଲେଶ୍ବର: ପ୍ରତାପ ଚନ୍ଦ୍ର ଷଡଙ୍ଗୀ

ଜଗତସିଂହପୁର: ବିଭୂପ୍ରସାଦ ତରାଇ

କନ୍ଧମାଳ: ସୁକାନ୍ତ କୁମାର ପାଣିଗ୍ରାହୀ

କେନ୍ଦୁଝର: ଅନନ୍ତ ନାୟକ

ଯାଜପୁର: ରବିନ୍ଦ୍ର ନାରାୟଣ ବେହେରା,  *ବିଧାନସଭା ନିର୍ବାଚନ ଫଳାଫଳ*

ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ଆସନରୁ ୧୧ଟିରେ ବିଜେପି ,ବିଜେଡ଼ି-୧ ଓ କଂଗ୍ରେସ-୧

୧-ବ୍ରହ୍ମପୁର-କେ. ଅନିଲ କୁମାର

୨-ଗୋପାଳପୁର ବିଭୂତି ଜେନା 

୩-ଦିଗପହଣ୍ଡି ସିର୍ଦ୍ଧାର୍ଥ ମହାପାତ୍ର

୪-ଚିକିଟି ମନୋରଞ୍ଜନ ସାମନ୍ତ୍ରାରା

୫-ଛତ୍ରପୁର କୃଷ୍ଣଚନ୍ଦ୍ର ନାୟକ 

୬-ଖଲ୍ଲିକୋଟ ପୂର୍ଣ୍ଣଚନ୍ଦ୍ର ସେଠୀ

୭-କବିସୂର୍ଯ୍ୟ ନଗର ପ୍ରତାପ ନାୟକ 

୮-ପୋଲସରା ଗୌକୁଳନନ୍ଦ ମଲ୍ଲିକ 

୯-ସୋରଡ଼ା ନୀଳମଣି ବିଷୋୟୀ 

୧୦- ଆସ୍କା ସୋରାଜ କୁମାର ପାଢୀ

୧୧-ଭଞ୍ଜନଗର ପ୍ରଦ୍ୟୁମ୍ନ ନାୟକ( ୧ର ୧୧ ବିଜେପି)

୧୨- ସାନଖେମୁଣ୍ଡି ରମେଶ ଜେନା (କଂଗ୍ରେସ)

୧୩-ହିଞ୍ଜିଳି ନବୀନ ପଟ୍ଟନାୟକ(ବିଜେଡି)

୧-ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ

୨-ଆସିକା ବିଜେପି ସାଂସଦ ପ୍ରାର୍ଥୀ ଅନିତା ପ୍ରିୟଦର୍ଶନି,  

ସେହିଭଳି ଗଞ୍ଜାମ ଜିଲ୍ଲା ର ବିଧାନସଭା ନିର୍ବାଚନ ଫଳାଫଳ*

ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ଆସନରୁ ୧୧ଟିରେ ବିଜେପିର ବାଜିମାତ l

Post a Comment

Previous Post Next Post