ପାଟପୁର ରଘୁନାଥ ହାଇସ୍କୁଲରେ ଛାତ୍ରକୁ ଛୁରୀ ଭୁସିଲା ଆଉ ଜଣେ ଛାତ୍ର, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି


ମୋ ନିୟୁଜ ଓଡିଶା 

ନିଜ ସହପାଠୀକୁ ଛୁରୀ ଭୂଷିଲା ଆଉଜଣେ ଛାତ୍ର, ଗୁରୁତର ଭାବେ ଆହତ ଛାତ୍ରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।ଶୁକ୍ରବାର ପୂର୍ବାହ୍ନରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। 

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଇକ ରାମଚନ୍ଦ୍ରପୁର ପଞ୍ଚାୟତ ରଘୁନାଥ ବିଦ୍ୟାଳୟରେ ଘଟିଛି ଏକ ଅଘଟଣ ।ନିଜ ସହପାଠୀ ଛାତ୍ରକୁ ଛୁରୀ ଭୁସିଲା ଛାତ୍ର । ଶୁକ୍ରବାର ବିଦ୍ୟାଳୟ ଖୋଲିବା ପରେ ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟରେ ପହଞ୍ଚିଥିଲେ ।  ବିଦ୍ୟାଳୟରେ ଥିବା ବେଳେ ନବମ ଶ୍ରେଣୀ ଦୁଇ ଛାତ୍ର ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା । ଫଳରେ ଜଣେ ଛାତ୍ର ଉତକ୍ଷିପ୍ତ ହୋଇ ସାଙ୍ଗରେ ଆଣିଥିବା ଛୁରୀରେ ସହପାଠୀ ଛାତ୍ରର ଛାତିକୁ ଭୂଷି ଦେଇଥିଲା । ବିଦ୍ୟାଳୟର ଶିକ୍ଷକମାନେ ଆହତ ଛାତ୍ରକୁ ଶେରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଆହତ ଛାତ୍ରର ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।

Post a Comment

Previous Post Next Post