କୋଦଳା ମୋ ନିୟୁଜ ଓଡିଶା (୨୮/୦୬/୨୦୨୪)
ଦୀର୍ଘ ଦେଢ଼ ବର୍ଷର ବକେୟା ପାଉଣା ମିଳିନି। ଏବେ ଏକ ବର୍ଷରୁ ଊର୍ଦ୍ଧ୍ବ ହେଲାଣି ପାଉଣା ସଂପର୍କୀତ ତଥ୍ଯ ଅନଲାଇନ୍ ରେ ଏଣ୍ଟ୍ରି କରାଯାଉନାହଁ। ଫଳରେ ଦୀର୍ଘ ଅଢେଇ ବର୍ଷ ଧରି ନିଜର ପାଉଣା ପାଇବାରୁ ବଞ୍ଚିତ ହୋଇଛନ୍ତି ଗାଁ ସାଥି। ବେଗୁନିଆପଡ଼ା ବ୍ଳକର ସମସ୍ତ ପଞ୍ଚାୟତ ଅନ୍ତର୍ଗତ ଗାଁ ସାଥୀ ମାନେ ଏଭଳି ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି। ସମସ୍ଯାକୁ ନେଇ ବ୍ଲକ ଏପିଓ, ଜିଆରଏସ୍ ମାନଙ୍କୁ ଅବଗତ କରାଇଲେ ମଧ୍ୟ କୌଣସି ସୁଫଳ ମିଳୁନି। ଶୁକ୍ରବାର ବାଧ୍ଯ ହୋଇ ସମସ୍ତ ଗାଁ ସାଥୀ ମାନେ ବେଗୁନିଆପଡ଼ା ବିଡିଓ ପ୍ରଜ୍ଞା ପ୍ରିୟଦର୍ଶିନୀକୁଂ ଭେଟି ଦାବି ଜଣାଇଛନ୍ତି। ବ୍ଳକର ୧୦୬ ଜଣ ଗାଁ ସାଥୀ ବ୍ଲକ କାର୍ଯ୍ଯାଳୟରେ ପହଞ୍ଚି ଅଭିଯୋଗ କରିଛନ୍ତି ।ତେବେ ଖୁବ୍ ଶୀଘ୍ର ଏକ ବୈଠକ ଡକାଇ ଘଟଣା ସଂପର୍କରେ ଆଲୋଚନା କରାଯିବା ସହ ପଦକ୍ଷେପ ନେବେ ବୋଲି କହିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ।ସୂଚନା ଯୋଗ୍ୟ ଯେ, ପ୍ରତି ରାଜସ୍ବ ଗ୍ରାମରେ ମନରେଗା କାର୍ଯ୍ଯର ତଦାରଖ କରିବା ପାଇଁ ଜଣେ ଜଣେ ଗାଁ ସାଥୀ ନିଯୁକ୍ତ ଅଛନ୍ତି।ମନରେଗା କାର୍ଯ୍ଯ ଯେତେଦିନ ଚାଲିଥାଏ ଏମାନଙ୍କୁ ଦୈନିକ ମଜୁରୀ ଦେବାର ବ୍ୟବସ୍ଥା ଅଛି। କିନ୍ତୁ ଦୀର୍ଘ ଅଢ଼େଇ ବର୍ଷର ପାଉଣା ନପାଇ ହଇରାଣ ହରକତ ହେଉଥିବା କହିଛନ୍ତି ଗାଁ ସାଥୀ।