ଗଜପତି ମୋ ନିୟୁଜ ଓଡିଶା (୨୭/୬/୨୦୨୪ ):ପାରଳାଖେମୁଣ୍ଡି ସହରରେ ଗତକାଲି ଅପରାହ୍ନ ସମୟରେ ପ୍ରବଳ ବର୍ଷା ହୋଇଥିଲା. ମାତ୍ର କିଛି ସମୟ ବର୍ଷାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିପରୀତ ପାର୍ଶ୍ଵରେ ଥିବା ଉପକାରାଗାର ସମ୍ମୁଖ ଦେଇ ଯାଇଥିବା ଜାତୀୟ ରାଜପଥ ନମ୍ବର ୩୨୬-(କ) ମୁଖ୍ୟ ରାସ୍ତାରେ କୁତ୍ରିମ ବନ୍ୟା ଦେଖାଦେଇଥିଲା । ଏହା ସାଧାରଣ ଜନତାଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା I ଶତାଧୂକ ବର୍ଷ ପୁରୁଣା ଏହି ସହରର ସମଗ୍ର ଦେଶରେ ଏକ ସ୍ଵତନ୍ତ୍ର ସ୍ଥାନ ରହିଛି । କାରଣ ପାରଳାଖେମୁଣ୍ଡି ରାଜବଂଶୀୟ ଜନସାଧାରଣଙ୍କ ହିତ ନିମନ୍ତେ ଜଳସେଚନ ଓ ଡ୍ରେନେଜ୍ ବ୍ୟବସ୍ଥା କରିଥିଲେ । ହେଲେ ବର୍ତ୍ତମାନର ପ୍ରଶାସକଙ୍କ ସୁଚିନ୍ତିତ ଯୋଜନା ଏବଂ ସମନ୍ବୟର ଅଭାବ ଯୋଗୁଁ ସହରରେ ଏଭଳି ଅବସ୍ଥା ଦେଖୁବାକୁ ମିଳୁଛି । ମୁଖ୍ୟ କରି ସଡକ ପାର୍ଶ୍ଵର୍ରେ ନାଳ ନ ଥୂବା ଯୋଗୁଁ ନାନାଦି ସମସ୍ୟା ଉପୁଜିଛି | ନାଳର ସଠିକ୍ ଢଙ୍ଗରେ ନିର୍ମାଣ ଓ ରକ୍ଷଣାବେକ୍ଷଣର ଘୋର ଅଭାବ ହିଁ ମୁଖ୍ୟ କାରଣ ବୋଲି ଆଲୋଚନା ହେଉଛି। ଗଜପତି ଜଲ୍ଲା ରୁ ମନୋଜ କୁମାର ପାଢୀ