ସମ୍ବାଦ ସାହିତ୍ୟ ଘର ତରଫରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ

 

ମୋ ନିୟୁଜ ଓଡିଶା 

ସ୍ଥାନୀୟ କାଳଞ୍ଜି ସଭାଗୃହରେ ଭଞ୍ଜନଗର ସମ୍ବାଦ ସାହିତ୍ୟ ଘର ତରଫରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ଟପର ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ସାହିତ୍ୟ ଘରର ସଭାପତି କୃତିବାସ ବିଶ୍ୱାଳ । ମୁଖ୍ୟ ଅତିଥି ରୂପେ ଉପ-ଜିଲ୍ଳାପାଳ ଶ୍ରୀଯୁକ୍ତ ଅନିଲ କୁମାର ସେଠୀ ଯୋଗ ଦେଇ ଛାତ୍ରଛାତ୍ରୀ ଙ୍କୁ ଉଦବୋଧନ ଦେବା ସହ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୋଟାରୀ କ୍ଲବ ସଭାପତି ସନତ କୁମାର ସୁବୁଦ୍ଧି, ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼. ଲମ୍ବୋଦର ପାଣିଗ୍ରାହୀ, କବି ତ୍ରିନାଥ ନାୟକ ସମେତ ସାହିତ୍ୟ ଘରର ଉପସଭାପତି ନେତାଜୀ ବିଷୋୟୀ, ଉପଦେଷ୍ଟା ଶୂଳପାଣି ଶତପଥୀ, ଜଗବନ୍ଧୁ ଜେନା, ମନୁନନ୍ଦ ପତି, ସାଂସ୍କୃତିକା ସମ୍ପାଦିକା ଶ୍ରୀମତୀ ରୀତାରାଣୀ ମହାପାତ୍ର ଉପସ୍ଥିତ ଥିଲେ । ସମ୍ପାଦକ ସନ୍ତୋଷ କୁମାର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ସମୟରେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସଦସ୍ୟ ଶ୍ରୀମତୀ ପ୍ରଭାତୀ ମଞ୍ଜରୀ ବେହେରା । ଭଞ୍ଜନଗର ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟର ୩୮ଜଣ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୦୮ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଦସ୍ୟ ତ୍ରିନାଥ ବେହେରା ଅଧ୍ୟାପକ ଚାକିରି ପାଇବା ଏବଂ ଜଗଦିଶ ପାଣିଗ୍ରାହୀ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ସଦସ୍ୟ ପଦ ପାଇବା ନିମନ୍ତେ ସେମାନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହିତ କବି ତ୍ରିନାଥ ନାୟକଙ୍କ ପୁସ୍ତକ ଉନ୍ମୋଚିତ ହୋଇଥିଲା । ସାହିତ୍ୟ ଘରର ସଦସ୍ୟ ଅନୁପମ ବାନାର୍ଜୀ, ରବିନାରାୟଣ ମହାନ୍ତି, ସୁରେଶ ଚନ୍ଦ୍ର ସ୍ୱାଇଁ, ଦିପ୍ତାଂଶୁ ପ୍ରଭା ଦେବୀ, ସନ୍ତୋଷ ତିୱାରି, କାର୍ତ୍ତିକେଶ୍ୱର ପ୍ରଧାନ ସହିତ ଜ୍ଞାନଚାନ୍ଦ ଜଗନ୍ନାଥ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସଂଗଠନ ସମ୍ପାଦକ ବିଶ୍ୱାମ୍ବର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post