ପାରଳାରେ ନୀଳିମା ଠାକୁରାଣୀଙ୍କ ଯାତ୍ରା ଉଦଯାପିତ

ଆର,ଉଦୟଗିରି ମୋ ନିୟୁଜ ଓଡିଶା (୧୨/୬/୨୦୨୪):ଗଜପତି ଜିଲ୍ଲା ସଦର ମହକୁମା ପାରଳାର ବାଟ ଗୌଡ଼ ସାହିରେ ଗ୍ରାମଦେବୀ ମା’ ନୀଳିମା ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହୋଇଛି। ନୀଳିମାଙ୍କ ମା’ଘର ବାଟଗୌଡ଼ ସାହି ହୋଇଥିବାରୁ ପ୍ରତିବର୍ଷ ତିନିଦିନ ପାଇଁ ପୂଜା କମିଟି ପକ୍ଷରୁ ଏଠାରେ ପୂଜାର୍ଚ୍ଚନା କରାଯାଏ ।ଗତ ରବିବାର ସକାଳେ, ସାହି ବାସିନ୍ଦାମାନେ ଗ୍ରାମଦେବୀଙ୍କ ମନ୍ଦିରରେ ପହଞ୍ଚି ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ମାଙ୍କୁ ସାହିକୁ ପାଛୋଟି ଆଣିଥିଲେ । ସନ୍ଧ୍ୟାରେ ଚିତ୍ରକାର ସାହିରୁ ମା’ ପାଟଘଟକୁ ଆଣିଥିଲେ। ଦୁଇଦିନ ମା’ଙ୍କ ପୂଜାର୍ଚ୍ଚନା ସରିବା ପରେ ଶେଷଦିନରେ ତିନିଭଉଣୀଙ୍କୁ ସଙ୍ଗରେ ନେଇ ଗଜାମୁଆଁ ସହ ସହର ପରିକ୍ରମା କରି ଯାତ୍ରାକୁ ମଙ୍ଗଳଵାର ପାହାନ୍ତିଆରେ ଉଦଯାପିତ କରିଛନ୍ତି. ପାରଳା ସହରର ସବୁଠାରୁ ଓଜନିଆ ଗଜାମୁଆଁ ଏଠାରେ ପୂଜନ ପାଇଁ ସ୍ଥାପନ କରାଯାଉଥିବାବେଳେ ବାଘବାହିନୀ ଓ ସିଂହବାହିନୀର ତିନିଟି ମୂର୍ତ୍ତି ସ୍ଥାପନ କରାଯାଏ। ଗଜାମୁଆଁକୁ ପଦ୍ମ ଆସନରେ ବିରାଜିତ କରି ବିଭିନ୍ନ ପ୍ରକାର ଫୁଲରେ ସୁସଜ୍ଜିତ କରାଯାଇଥିଲା. ଏହି ପୂଜା ନିମନ୍ତେ ପରିବାରର ସମସ୍ତ ସଦସ୍ୟ ଏକାଠି ହୁଅନ୍ତି. ବିଶେଷକରି, ନିଜ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରି ସାହିବାସିନ୍ଦା ଭୋଜିଭାତର ଆସର ଜମାନ୍ତି। ମାନସିକଧାରୀମାନେ ଦେବୀଙ୍କ ପାଖରେ ସଜ ଘଟ ବସାଇବା ସହ ନିଜ ପରିବାରର ମଙ୍ଗଳ କାମନା କରନ୍ତି । ପୂର୍ବରୁ ୭ଟି ମୁଆଁ ପୂଜା କରାଯାଉଥିଲା। ଏବେ, ତିନିଟି ମୁଆଁରେ ଠାକୁରଙ୍କୁ ବିରାଜମାନ କରାଯାଉଛି । ଦୀର୍ଘ ୬୦ ବର୍ଷ ହେଲା ଯାତ୍ରା ଚଳି ଆସୁଥିବା ବେଳେ ଚଳିତବର୍ଷ ମଧ୍ୟ ବହୁ ଆଡ଼ମ୍ବର ସହକାରେ ଯାତ୍ରା ସମ୍ପନ୍ନ ହେଉଛି।

Post a Comment

Previous Post Next Post