ଗଜପତି ମୋ ନିୟୁଜ ଓଡିଶା (୧୨/୬୨୦୨୪):ଗଜପତି ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅଡ଼ବା ଠାରୁ ଗୁରାଣ୍ଡି ରାସ୍ତାର ପ୍ରାୟ ଅଧାରାସ୍ତା ପିଚୁ ହୋଇ ନାଇ ଯାଇଥିବାବେଳେ ଅବଶିଷ୍ଟ ରାସ୍ତା ଖାଲଖମାରେ ଭରିରହିଛି। ପ୍ରାୟ ୧ କିମି.ରୁ ଊର୍ଦ୍ଧ୍ବ ରାସ୍ତା ବହୁଦିନ ହେଲା ମରାମତି ହୋଇ ନଥିବାରୁ ଜନଅସନ୍ତୋଷ ଦେଖାଯାଇଛି। ରାସ୍ତାଟି ବଡ଼କତୁରୁ, ଘୋରଣୀ ଓ ତାଟିପେଟି ପଞ୍ଚାୟତ ସଂଯୋଗକାରୀ ରାସ୍ତା ହୋଇଥିବାରୁ ଗୁରାଣ୍ଡି କଲେଜ, ହାଇସ୍କୁଲ, ବ୍ୟାଙ୍କ ତଥ ତଥା ଡାକ୍ତ ଡାକ୍ତରଖାନାକୁ ଯିବ ଯିବାରେ ଛାତ୍ରଛାତ୍ରୀ, ରୋଗୀ ଓ ସ୍ଥାନୀୟ ଜନସାଧାରଣ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅବଶିଷ୍ଟ ରାସ୍ତାଟିର ତୁରନ୍ତ ମରାମତି ସହ ପିଚୁ ରାସ୍ତା ପାଇଁ ସାଧାରଣରେ ଦାବି ହୋଇଛି।
Tags:
ଆଞ୍ଚଳିକ


