ଭାଜପାରେ ଯୋଗଦେଲେ ବିଜେଡ଼ି ସାଂସଦ ପ୍ରତିନିଧି ମୋତିରାମ ଓ ପୂର୍ବତନ ଉପାଧ୍ୟକ୍ଷା ବିଷ୍ଣୁ ପ୍ରିୟା।



ପୋଲସରା ମୋ ନିୟୁଜ ଓଡିଶା ୧୪/୦୫/୨୪ ପୋଲସରା ସହରରେ ଭାଜପାର ବିଶାଳ ବାଇକ ରାଳି ସହ ମିଶ୍ରଣ ପର୍ବ। ବିଜେଡ଼ିର ସାଂସଦ ପ୍ରତିନିଧି ମୋତିରାମ ସାହୁ ଙ୍କ ନେତୃତ୍ଵରେ ପୋଲାସରା ଏନଏସି ଲଙ୍ଗଳେଶ୍ବର ମନ୍ଦିର ନିକଟରୁ ବିଶାଳ ବାଇକ ଓ ଅଟୋ ରିକ୍ସା ଶୋଭାଯାତ୍ରାରେ ବାହାରି ଭାଜପା କାର୍ଯ୍ୟଳୟ ଠାରେ ବିଜେଡ଼ି ଦଳ ତ୍ୟାଗ କରି ଭାଜପାରେ ସାମିଲ ହେଲେ ହଜାର ହଜାର କର୍ମୀ। ଜସ୍ବଶ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବଚ୍ଛ ଶାସନରେ ଅନୁପ୍ରାଣିତ ହେବା ସହିତ ଦୀର୍ଘ ୧୦ ବର୍ଷ ରହି ବିଜେଡ଼ିର ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଇ ବିଜେଡ଼ିର ସଙ୍ଗଠନକୁ ମଜୁବୁତ କରି ଆସୁଥିବା ବେଳେ ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁ ଙ୍କ କର୍ଯ୍ୟକଳାପ ଓ ଉକ୍ତ କର୍ମୀ ମାନଙ୍କ ପ୍ରତି ଅସମ୍ମାନ ହୋଇଥିବା ନେଇ ଅସନ୍ତୁଷ୍ଠ ହୋଇ ବିଜେଡ଼ି ସାଂସଦ ପ୍ରତିନିଧି ମୋତିରାମ ସାହୁ, ପୁର୍ବତନ ଉପାଧ୍ୟକ୍ଷା ଏନଏସି ବିଷ୍ଣୁ ପ୍ରିୟା ସାହୁ, ପବିତ୍ର ପ୍ରଧାନ, ଯଜ୍ଞ ନାରାୟଣ ସାହୁ, ଭାସ୍କର ନାହକ, ପଞ୍ଚୁ ଦାସ, ଅନନ୍ତ ବେହେରା, ଶଙ୍କର ବେହେରା,ନାରାୟଣ ଦାଶ, ରାମକୃଷ୍ଣ ପ୍ରଧାନ 

 ଙ୍କ ସମେତ ହଜାର ହଜାର କର୍ମୀ ବିଜେଡ଼ି ଦଳ ତ୍ୟାଗ କରିଥିବା ବେଳେ ସମସ୍ତ କର୍ମୀ ମାନଙ୍କୁ ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ତଥା ପୋଲସରା ବିଜେପି ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ଓ ଉପସଭାପତି ପ୍ରଭାକର ପଣ୍ଡା, ଯୁବମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ, ସୁଶ୍ରୀ ଆରତୀ ଦେବୀ , ଉପସ୍ଥିତ ରହି ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ଵାଗତ ସହିତ ଦଳରେ ସାମିଲ କରିଥିଲେ। ଉକ୍ତ ସମୟରେ ସୁନୀଲ ପାଢ଼ୀ, ବବୁଲ ନାୟକ,ସୁଶାନ୍ତ କୁମାର ମଲ୍ଲିକ, ବିଜୟ ଲେଙ୍କା,ନୀଳାଚଳ ପଣ୍ଡା, ପ୍ରସନ୍ନ କୁମାର ଡାକୁଆ, ମହେଶ୍ୱର ପରିଡ଼ା, ରାଜେନ୍ଦ୍ର ପାତ୍ର, ସୌମ୍ୟ ରଞ୍ଜନ ସାହୁ, କାମ୍ପ ବାଢେଇ, କାମଦେବ ପ୍ରଧାନ, କୃଷ୍ଣ ଚରଣ ପଟ୍ଟନାୟକ, ମଦନ ମହାରଣା,ବିଚିତ୍ର ସାହୁ, ମଣ୍ଟୁ ସାହୁ, ଶ୍ରୀକାନ୍ତ ଲେଙ୍କା,କୃଷ୍ଣ ଚନ୍ଦ୍ର ଦିକ୍ଷୀତ ସହିତ ହଜାର ହଜାର ବିଜେପି କର୍ମୀ ଉପସ୍ଥିତି ଥିବା ସହ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ।

Post a Comment

Previous Post Next Post