ବୁଗୁଡ଼ା ମୋ ନିୟୁଜ ଓଡିଶା ୧୪/୦୫/୨୦୨୪ ବିଜେପି ପକ୍ଷରୁ ଭୋଟ ଭିକ୍ଷା ଅଭିଯାନ ସହିତ ପଥପ୍ରାନ୍ତ ସଭା ଜରିଆରେ ଦମଦାର ନିର୍ବାଚନ ପ୍ରଚାର । ଆଜି ପୋଲସରା ନିର୍ବାଚନୀ ମଣ୍ଡଳୀର ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଦୁଇ ଗୋଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ପୋଲସରା ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ବିଜେପି ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ଓ ତାଙ୍କ ସହଧର୍ମିଣୀ ସସ୍ମିତା ମଲ୍ଲିକଙ୍କ ସହିତ ବିଜେପି ସମର୍ଥକଙ୍କୁ ନେଇ ପ୍ରଥମେ ଗୋଲିଆ ପଞ୍ଚାୟତର ବାଦୁଆ ଗ୍ରାମରୁ ଘରକୁ ଘର ଯାଇ ଲୋକଙ୍କ ପାଖରେ ପହଞ୍ଚି ଭୋଟ ଭିକ୍ଷା କରିବା ସହିତ ପଥପ୍ରାନ୍ତ ସଭା ଜରିଆରେ ଜସସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ। ଗ୍ରାମର ମହିଳା ମାନଙ୍କ ମୌଳିକ ସମସ୍ୟାକୁ ନେଇ ଆଲୋଚନା କରି ବିଜେପି କୁ ଭୋଟ ଦେଇ ବିଜୟ କଲେ ମୋଦୀଙ୍କ ଗ୍ୟାରେଣ୍ଟି ଯୋଜନା ଆପଣଙ୍କ ପାଖରେ ପହଞ୍ଚିବ ବୋଲି ମତ ରଖିଥିଲେ। ପରବର୍ତ୍ତୀ ସମୟରେ ଗୋଲିଆ ପଞ୍ଚାୟତର ଓ ଭାମଶ୍ଯାଳୀ ପଞ୍ଚାୟତର ବିଭିନ୍ନ ଗ୍ରାମର ଲୋକଙ୍କ ପାଖରେ ପହଞ୍ଚି ଭୋଟ ଭିକ୍ଷା କରିବା ସହିତ ଦୁଇ ଗୋଟି ପଦ୍ମ ଫୁଲ ଚିହ୍ନରେ ମୋହର ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ। ଦୁଇ ପଞ୍ଚାୟତରେ ବିଜେପି କର୍ମୀ ମାନେ ବହୁ ସଂଖ୍ୟାରେ ସାମିଲ ହୋଇ ଥିବା ବେଳେ ମହିଳା ମାନେ ପ୍ରତ୍ୟେକ ଗ୍ରାମରେ ବେଦି କରି ଝୋଟି କରି ଫୁଲ ଚନ୍ଦନ ଓ ହୁଳହୁଳି ଦେଇ ବନ୍ଦାପନା କରି ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଳିକ ଙ୍କୁ ସ୍ବାଗତ କରିଥିଲେ।ଆମ ଭୋଟ ମୋଦି ସପକ୍ଷରେ ଦେବୁ ବୋଲି ପ୍ରକାଶ କରିଥିଲେ।ଏହି ପ୍ରଚାର ଅଭିଯାନରେ ସହଧର୍ମିଣୀ ସସ୍ମିତା ମଲ୍ଳିକ, ଘୁମୁସର ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା,ରଘୁନାଥ ପ୍ରଧାନ, ସୁନୀଲ ପାଢ଼ୀ, ବବୁଲ ନାୟକ, ସୁରେନ୍ଦ୍ର ବରାଡ,ସନ୍ତୋଷ କୁମାର ବିଶ୍ବାଳ,ଗୁନା ପ୍ରଧାନ,ବନିନ୍ଦ୍ର ପ୍ରଧାନ,ଧୋବା ବିଶ୍ବାଳ, ଶଙ୍କର ଦୋରା, ସୁନୀଲ ପ୍ରଧାନ,ରୂପକ ସେଠୀ,ବବୃ ପୋଲାଇ, ମନୋଜ କୁମାର ରାଉତ, ସରୋଜ କୁମାର ସାହୁ, ସୁଶ୍ରୀ ଆରତୀ ଦେବୀ,ରଞ୍ଜିତ ସ୍ବାଇଁ, ମମତା ପ୍ରଧାନ, ସଙ୍ଗିତା ରାଉତ, ରେବତୀ କୁମାରୀ ନାୟକ, ମହେଶ ସାହୁ ସମେତ ହଜାର ହଜାର ବିଜେପି କର୍ମୀ ମାନେ ସହଯୋଗ କରିଥିଲେ। ଏହାସହିତ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ବେଷ ଧରି ପିଲାମାନେ ସାମିଲ ହେବା ପରେ ବେଶ ପ୍ରଚାର ଆକର୍ଷଣ ବଢିଥିଲା।
Tags:
ରାଜନୀତି


