( ଗଞ୍ଜାମ ଜିଲ୍ଲା ବିରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର: ମୋ ନିୟୁଜ ଓଡିଶା ନିର୍ବାଚନ ପ୍ରଚାରର ଶେଷ ପର୍ଯ୍ୟାୟ ରେ ବ୍ରହ୍ମପୁର ବିଧାନସଭା କ୍ଷେତ୍ରର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଶିବଶଙ୍କର ଦାସ ତାଙ୍କ ଶହ ଶହ ମହିଳା ସମର୍ଥକଙ୍କ ସହ ପଦଯାତ୍ରା କରିଛନ୍ତି ।ମହିଳା ସମର୍ଥକଙ୍କ ଅନୁରୋଧ ରକ୍ଷା କରି ଗୋଷାଣୀନୂଆଁଗାଁ ସ୍ଥିତ ନିଜ ବାସଭବନ ଠାରୁ ୫ଶହ ରୁ ଉର୍ଦ୍ଧ ମହିଳାଙ୍କ ସହ ନିଜ ଅଞ୍ଚଳରେ ବିଶାଳ ପଦଯାତ୍ରା କରିଛନ୍ତି । ଗୋଷାଣୀନୂଆଁଗାଁ ସ୍ଥିତ ୨୬, ୨୭, ୨୮, ୨୯,୩୦ ନଂ ୱାର୍ଡ ରେ ନିଜର ଶେଷ ପ୍ରଚାର କରିଥିଲେ । ପ୍ରଚାର ବେଳେ ବରିଷ୍ଠ ନାଗରିକଙ୍କ ଭେଟି ଆଶୀର୍ବାଦ ନେବା ସହ ନିଜର ମାଠିଆ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ । ପଦଯାତ୍ରାରେ ବହୁ ମହିଳା ଓ ପୁରୁଷ ନିଜସ୍ୱ ଇଛାରେ ସାମିଲ ହୋଇ ନଗର ପରିକ୍ରମାରେ ବାହାରିଥିଲେ । ସକାଳ ସମୟରେ ବାଇକ୍ ଯୋଗେ ନିଜ ସମର୍ଥକଙ୍କ ସହରର ବିଭିନ୍ନ ୱାର୍ଡ ୱାର୍ଡ ବୁଲି ପ୍ରଚାର କରାଯାଇଥିବା ବେଳେ ଅନେକାଂଶ ୱାର୍ଡର ବାସିନ୍ଦା ବାଜା ବଜାଇବା ସହ ବାଣ ଫୁଟାଇ ଫୁଲ ମାଳ ପିନ୍ଧାଇ ସ୍ବାଗତ କରିଥିଲେ । ପ୍ରଚାର ସମୟରେ ଲୋକଙ୍କ ସେହି ପୁରୁଣା ଭଲପାଇବା ମିଳିଥିବା ବେଳେ ଏଥର ମାଠିଆ ଚିହ୍ନରେ ଭୋଟ ଦେଇ ନିଶ୍ଚିତ ବିଜୟ ହେବାକୁ ନେଇ ଶ୍ରୀଯୁକ୍ତ ଦାଶଙ୍କୁ କହିଥିଲେ । ସନ୍ଧ୍ୟାରେ ପ୍ରଚାର ସାରି ନିଜ ସମର୍ଥକଙ୍କ ସହ ୧୩ ତାରିଖରେ ହେବାକୁ ଥିବା ମତଦାନ କିପରି ଶାନ୍ତି ଶୃଙ୍ଖଳା ସହ ସମାପନ ହେବ ସେନେଇ ଆଲୋଚନା କରିଥିଲେ । ତେବେ ଶିବଶଙ୍କର ଦାସଙ୍କ ଗତକାଲି ସହରରେ ବିରାଟ ମୋଟର ସାଇକେଲ ଯାତ୍ରା ଓ ଶନିବାର ଦିନ ଶତାଧିକ ମହିଳା ସମର୍ଥକଙ୍କ ସହ ପଦଯାତ୍ରା ଦେଖି ପ୍ରତ୍ୟେକ ସାହି ଗଳିରେ ବିଜୟ ସୁନିଶ୍ଚିତ ହେବାର ଏକ ପ୍ରକାର ଚର୍ଚ୍ଚା ଜୋର୍ ଧରିଛି ।


