ବିଜେପି ବିଧାୟକ ପ୍ରାର୍ଥୀଙ୍କ ଜୋରଦାର ନିର୍ବାଚନ ପ୍ରଚାର। ସହଯୋଗ ରେ ବାହାରିଲେ ସହଧର୍ମିଣୀ।


ବୁଗୁଡ଼ା ମୋ ନିୟୁଜ ଓଡିଶା ୧୨/୦୫/୨୦୨୪ ବିଜେପି ପକ୍ଷରୁ ଭୋଟ ଭିକ୍ଷା ଅଭିଯାନ ସହିତ ପଥପ୍ରାନ୍ତ ସଭା ଜରିଆରେ ଜୋରଦାର ନିର୍ବାଚନ ପ୍ରଚାର ଅଭିଯାନ ଚାଲିଛି। ଆଜି ପୋଲସରା ନିର୍ବାଚନୀ ମଣ୍ଡଳୀର ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଚାରିଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ପୋଲସରା ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ବିଜେପି ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ  ତାଙ୍କ ସହଧର୍ମିଣୀ ସସ୍ମିତା ମଲ୍ଲିକ ଙ୍କ ସହିତ  ନିଜ ସମର୍ଥକଙ୍କୁ ନେଇ ପ୍ରଥମେ ଗୋଳାବନ୍ଧ ପଞ୍ଚାୟତର ସମସ୍ତ ଗ୍ରାମର ଘରକୁ ଘର ଯାଇ ଲୋକଙ୍କ ପାଖରେ ପହଞ୍ଚି ଭୋଟ ଭିକ୍ଷା କରିବା ସହିତ ପଥପ୍ରାନ୍ତ ସଭା ଜରିଆରେ ଜସସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇବା ସହିତ ରାଜ୍ୟ ସରକାର ଓ ସ୍ଥାନୀୟ ବିଧାୟକଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାରୀ ଶାସନ ବିରୋଧରେ ପ୍ରକାଶ କରିଥିଲେ। ଗ୍ରାମର ମହିଳା ମାନଙ୍କ ମୌଳିକ ସମସ୍ୟାକୁ ନେଇ ଆଲୋଚନା କରିବା ସହିତ ବିଜେପି କୁ ଭୋଟ ଦେଇ ବିଜୟ କଲେ ମୋଦୀଙ୍କ ଗ୍ୟାରେଣ୍ଟି ଯୋଜନା ଆପଣଙ୍କ ପାଖରେ ପହଞ୍ଚିବ ବୋଲି ମତ ରଖିଥିଲେ। ପରବର୍ତ୍ତୀ ସମୟରେ ଖୋଳଖାଳି , ମୋଟାବାଡି ଓ  ଗୌଡିଆ ବୋରୋଦା ପଞ୍ଚାୟତର ବିଭିନ୍ନ ଗ୍ରାମର ଲୋକଙ୍କ ପାଖରେ ପହଞ୍ଚି ଭୋଟ ଭିକ୍ଷା କରିବା ସହିତ ଦୁଇ ଗୋଟି ପଦ୍ମ ଫୁଲ ଚିହ୍ନରେ ମୋହର ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ। ଖୋଳଖାଳି ପଞ୍ଚାୟତରେ ବିଜେପି କର୍ମୀ ମାନେ ବହୁ ସଂଖ୍ୟାରେ ସାମିଲ ହୋଇ ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଳିକ ଙ୍କୁ ସ୍ବାଗତ କରିଥିଲେ। ଏହି ପ୍ରଚାର ଅଭିଯାନ ରେ ପୂର୍ବତନ ବିଧାୟକ ସିମାଞ୍ଚଳ ବେହେରା , ସନ୍ତୋଷ କୁମାର ବିଶ୍ବାଳ , ମନୋଜ କୁମାର ରାଉତ , ସରୋଜ କୁମାର ସାହୁ  ଏବଂ କାର୍ତ୍ତିକ ମଙ୍ଗଳ ଙ୍କ ସମେତ ହଜାର ହଜାର ବିଜେପି କର୍ମୀ ମାନେ  ସହଯୋଗ କରିଥିଲେ।

Post a Comment

Previous Post Next Post