ଇଭିଏମକୁ ଜଗିଛନ୍ତି ୨ ବିଧାୟକ ପ୍ରାର୍ଥୀ

ଗଜପତି ମୋ ନିୟୁଜ ଓଡିଶା (୨୬/୫/୨୦୨୪):କଡ଼ା ସୁରକ୍ଷା ମଧ୍ୟରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଓ ମୋହନା ନିର୍ବାଚନ ମଣ୍ଡଳୀର ବିଧାନସଭା ଓ ଲୋକସଭା ଆସନର ମୋଟ ୧୧୪୬ ଗୋଟି ଇଭିଏମ ମେସିନ୍‌ ଗୁଡିକ ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟର ଷ୍ଟ୍ରଙ୍ଗରୁମ୍‌ରେ ରଖାଯାଇଛି । ହେଲେ କିଛି ସନ୍ଦେହକୁ ନେଇ ଗଜପତି ଜିଲ୍ଲାର ୨ ବିଧାୟକ ପ୍ରାର୍ଥୀ ଇଭିଏମକୁ ଜଗି ବସିଛନ୍ତି. ଏପରିକି ରାତି ସମୟରେ ଇଭିଏମ ମେସିନ ରହୁଥିବା ମହାବିଦ୍ୟାଳୟ ପରିସରରେ ରାତ୍ରି ପହରା ଦେଉଥିବା ୨ ବିଧାୟକ ପ୍ରାର୍ଥୀଙ୍କୁ ଦେଖିବାକୁ ମିଳିଛି. କେନ୍ଦ୍ରୀୟ ପୋଲିସ ଫୋର୍ସ ସାଙ୍ଗକୁ ସିସିଟିଭି ନଜରରେ ରହିଛି ସେହିଭଳି ଷ୍ଟ୍ରଙ୍ଗରୁମ ବାହାର ସୁରକ୍ଷା ଦାୟିତ୍ଵ ସ୍ଥାନୀୟ ପୋଲିସ ହାତରେ ରହିଛି । ଏହିସବୁ କେନ୍ଦ୍ରକୁ ସିସିଟିଭି ମାଧ୍ୟମରେ ସିଧାସଳଖ ଜିଲ୍ଲା କଣ୍ଟ୍ରୋଲ ରୁମ୍‌, ରାଜ୍ୟ ନିର୍ବାଚନ ଅଧିକାରୀ ଓ ଜାତୀୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସହିତ ସଂଯୋଗ କରାଯାଇଛି । ଆସନ୍ତା ୪ ତାରିଖରେ ଭୋଟ ଗଣତି ହେବ । ସେହି ପର୍ଯ୍ୟନ୍ତ ଷ୍ଟ୍ରଙ୍ଗରୁମ୍‌ରେ କଡ଼ା ସୁରକ୍ଷା ମଧ୍ୟରେ ଥିବା ଇଭିଏମ୍‌ରେ ସୁରକ୍ଷିତ ରହିଛି ନେତାଙ୍କ ଭାଗ୍ୟ । ଏହି ସବୁ ବ୍ୟବସ୍ଥା କୁ ନିର୍ବାଚନ କମିଶନଙ୍କୁ ଧନ୍ୟବାଦ ଦେବା ସହ ରାଜ୍ୟ ସରକାର ଙ୍କ ଉପରେ ସନ୍ଦେହ ରହିଥିବା କହିଛନ୍ତି ମୋହନା ନିର୍ବାଚନ ମଣ୍ଡଳୀ ର ବିଜେପି ବିଧାୟକ ପାର୍ଥ ପ୍ରଶାନ୍ତ ମଲିକ ଓ କଂଗ୍ରେସ ବିଧାୟକ ପ୍ରାର୍ଥୀ ଦାଶରଥି ଗମାଙ୍ଗ। କାରଣ୨୦୧୪ ସାଧାରଣ ନିର୍ବାଚନ ରେ ପ୍ରଶାସନିକ ହସ୍ତକ୍ଷେପ କରିଥିବା କାହାକୁ ଅଛପା ନାହିଁ, ଏବଂ ବିଗତ ପଞ୍ଚାୟତ ନିର୍ବାଚନ କୁହାଯାଉ କି ପୈରାପଞ୍ଚାଳ ନିର୍ବାଚନ ସମୟରେ ହାରିବା ଲୋକ ଙ୍କୁ ଜିତେଇଛନ୍ତି ଓ ଜିତିବା ଲୋକ ଙ୍କୁ ହରେଇଛନ୍ତି ତେଣୁ ଏହି ସବୁ କୁ ଆଖି ଆଗରେ ରଖି ନିର୍ବାଚନ ପର ଠାରୁ ପ୍ରତ୍ୟେକ ଦିନ କର୍ମୀ ଓ ପାର୍ଥ ମାନେ ଜଗି ରହିବା କହିଛନ୍ତି ମୋହନା ନିର୍ବାଚନ ମଣ୍ଡଳୀର ଦୁଇ ଦଳୀୟ ପ୍ରାର୍ଥୀ କଂଗ୍ରେସର ଦାଶରଥି ଗମାଙ୍ଗ ଓ ବିଜେପିର ପ୍ରଶାନ୍ତ ମଲ୍ଲିକ.

Post a Comment

Previous Post Next Post