ଦିଗପହଣ୍ଡି ମୋ ନିୟୁଜ ଓଡିଶା 😘/କୁକୁଡାଖଣ୍ଡି:ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି କଂଗ୍ରେସର ଆଭ୍ୟନ୍ତରଣ ସ୍ଥିତି ସେତେ ବିଗିଡିବାରେ ଲାଗିଛି । ଦିଗପହଣ୍ଡି ଯୁବରାଜ ଶ୍ରୀଧର ଦେଓ ଙ୍କ କଂଗ୍ରେସ ଟିକଟ ବଦଳିବା ପରେ ଉଭୟ କୁକୁଡାଖଣ୍ଡି ଓ ଦିଗପହଣ୍ଡି ବ୍ଳକର କଂଗ୍ରେସ କର୍ମୀ ମାନଙ୍କ ମହଲ ରେ ତୀବ୍ର ପ୍ରତିକ୍ରୀୟା ସୃଷ୍ଟି ହୋଇଛି । ଏଣୁ ସାକା ସୁଜିତ ପ୍ରାର୍ଥତ୍ବକୁ ଅସନ୍ତୁଷ୍ଟ କରି କଂଗ୍ରେସ୍ କର୍ମୀ ମହଲରେ ବିରୋଧ କରାଯାଇଛି । ଶୁକ୍ରବାର ଦିନ ଦିଗପହଣ୍ଡି ବ୍ଳକର ମା' ଖେମୁଣ୍ଡି କାଳୁଆ ପରିସରରେ ଅସନ୍ତୁଷ୍ଟ କଂଗ୍ରେସ୍ କର୍ମୀମାନଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଦିଗପହଣ୍ଡି ଯୁବରାଜ ଶ୍ରୀଧର ଦେଓ, ଦିଗପହଣ୍ଡି ନଗରପାଳ ପ୍ରଫୁଲ କୁମାର ପଣ୍ଡା, ନଗର କଂଗ୍ରେସ ସଭାପତି ଦୀପକ କୁମାର ମିଶ୍ର, କୁକୁଡାଖଣ୍ଡି ବ୍ଳକ୍ କଂଗ୍ରେସ ସଭାପତି ପି ଶିବପ୍ରସାଦ ଦୋରା ଦୋରା,ଦିଗପହଣ୍ଡି ବ୍ଳକ୍ କଂଗ୍ରେସ ସଭାପତି ଅଭିମନ୍ୟୁ ଜାନୀ, ସରପଞ୍ଚ ଶିବରାମ ପ୍ରଧାନଙ୍କ ସମେତ ଉଭୟ ବ୍ଳକର ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। ମିଳିଥିବା ସୂଚନା ଅନୁସାରେ ରାଜ୍ୟ କଂଗ୍ରେସ୍ ପ୍ରଥମେ ରାଜ କୁମାର ଶ୍ରୀଧର ଦେଓଙ୍କୁ ଟିକଟ ପ୍ରଦାନ କରିଥିଲା । ସେ ଗତମାସ ୨୪ ତାରିଖ ଦିନ ଉଭୟ ବ୍ଳକର ସମସ୍ତ ଛାମୁଆ କର୍ମୀ ଓ ଦଳୀୟ ପଦାଧିକାରୀମାନଙ୍କୁ ନେଇ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର ଟିକଟ ବଦଳାଇ ସାକା ସୁଜିତ କୁ ଟିକଟ ପ୍ରଦାନ କରାଯାଇଥିବା ନେଇ ଘୋଷଣା କରିଲା ରାଜ୍ୟ କଂଗ୍ରେସ | କେଉଁ ଆଧାରରେ ତାଙ୍କ ଟିକଟ ବଦଳି ତାହା ତୃଣମୂଳ ସ୍ତରର କର୍ମୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ସନ୍ଦେହ ପ୍ରକଟ ହେଲା । ଏହାକୁ ନେଇ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର କଂଗ୍ରେସ କର୍ମୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଶୁକ୍ରବାର ଅନୁଷ୍ଠିତ ବୈଠକରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ରଶ୍ମିରଞ୍ଜନ ପଟ୍ଟନାୟକଙ୍କୁ ଭୋଟ ଦେବା ଏବଂ ବିଧାୟକ ପ୍ରାର୍ଥୀ ସାକା ସୁଜିତ ଙ୍କ ଭୋଟ ବର୍ଜନ କରିବାକୁ ନିଷ୍ପତି ନିଆଯାଇଥିବା ଜଣାପଡିଛି ତାହା ସହ ଏକ ସଙ୍କଳ୍ପ ମଧ୍ୟ ନିଆଯାଇଥିଲା। ସାକା ସୁଜିତ ହାଟାଅ ଓ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ କଂଗ୍ରେସ ବଞ୍ଚାଅ।
Tags:
ରାଜନୀତି