ମୋ ନିୟୁଜ ଓଡିଶା
ଆସିକା ଲୋକସଭା ପ୍ରାର୍ଥୀନୀ ଭାବେ ବିଜୁ ଜନତା ଦଳରୁ ଗୁରୁବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଡଃ ରଞ୍ଜିତା ସାହୁ। ହଜାର ହଜାର ସଂଖ୍ୟାରେ ସମର୍ଥକଙ୍କ ସହ ରୋଡ୍ ସୋ କରି ଶକ୍ତି ପ୍ରଦର୍ଶନ କରିବା ସହିତ ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସେ ନାମାଙ୍କନ ପତ୍ର ଦାଖଲ କରିଥିବା ଦେଖିବାକୁ ଦେଖିବାକୁ। ଜଣେ ଉଚ୍ଚ ଶିକ୍ଷିତା ଓ ମହିଳା ଯୁବା ପ୍ରାର୍ଥୀ ଭାବେ ଚଳିତ ନିର୍ବାଚନରେ ଆସିକା ଲୋକସଭା ଆସନରୁ ବିଜୁ ଜନତା ଦଳର ପ୍ରାର୍ଥୀ ହୋଇଛନ୍ତି ରଞ୍ଜିତା ।ସବୁଠି ତାକୁଂ ବିପୁଳ ସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି। ନିଜ ବାସଭବନ କୋଦଳା ଠାରୁ ହଜାର ହଜାର ସଂଖ୍ୟାରେ ସମର୍ଥକଙ୍କୁ ନେଇ ଛତ୍ରପୁରରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲେ ରଞ୍ଜିତା। ବାଜା ନୃତ୍ୟରେ ପ୍ରକମ୍ପିତ ହୋଇଥିଲା ଛତ୍ରପୁର ଅଞ୍ଚଳ। ତେବେ ନାମାଙ୍କନ ପତ୍ର ଦାଖଲ କରି ବେଶ୍ ଖୁସି ଅଛନ୍ତି ରଞ୍ଜିତା। ଏତେ ସଂଖ୍ୟାରେ ସମର୍ଥନ ମିଳୁଥିବାରୁ ବିଜୟ ନେଇ ବେଶ୍ ଆଶାବାଦୀ ଅଛନ୍ତି ଆସିକା ସାଂସଦ ପ୍ରାର୍ଥୀନୀ ଡଃ ରଞ୍ଜିତା ସାହୁ ।