ବରିଷ୍ଠ ବିଜେଡି ନେତ୍ରୀ ବିଜେପିରେ ଯୋଗ ଦେଲେ

ଗଜପତି ମୋ ନିୟୁଜ ଓଡିଶା ,(୪/୫/୨୦୨୪ ): ଗଜପତି ଜିଲ୍ଲାର ବହୁ ପୁରାତନ ତଥା ବରିଷ୍ଠ ବିଜେଡି ନେତ୍ରୀ ଇନ୍ଦିରା ପଟ୍ଟନାୟକ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେଇଥିବା ସୂଚନା ମିଳିଛି. ପାରଳା ଆସନରେ ବର୍ତ୍ତମାନ ବିଜୁ ଜନତା ଦଳକୁ ପରିଚାଳନା କରୁଥିବା ନେତାଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ବିଜେଡି ଦଳକୁ ତ୍ୟାଗ କରି ପାରଳା ବିଧାୟକ କେ. ନାରାୟଣ ରାଓଙ୍କ ବିଭିନ୍ନ କାର୍ଯ୍ୟ ଧାରାରେ ଅନୁପ୍ରାଣିତ ହେବା ସହ ସର୍ବପରି ପ୍ରଧାନମନ୍ତ୍ରୀଙ୍କ ସବକା ସାଥ, ସବକା ବିକାଶ ଆୱାନରେ ଲୋକଙ୍କ ସେବା କରିବା ପାଇଁ ବିଜେପିରେ ଯୋଗ ଦେଲି ବୋଲି ଇନ୍ଦିରା ପଟ୍ଟନାୟକ କହିଛନ୍ତି. ପାରଳା ବିଧାୟକ ତଥା ବିଜେପିର ବିଧାୟକ ପ୍ରାର୍ଥୀ କେ. ନାରାୟଣ ରାଓ ଶ୍ରୀମତୀ ପଟ୍ଟନାୟକ ବିଜେପି ଦଳରେ ସାମିଲ ହୋଇଥିବା ଯୋଗୁଁ ଦଳ ବିଶେଷ ଉପକୃତ ହେବ ବୋଲି କହିଛନ୍ତି. ।

Post a Comment

Previous Post Next Post