ବାଇକ୍ ଚୋରି ଅଭିଯୋଗରେ ଜଣେ ଗିରଫ: ଦୁଇ ଚୋରୀ ବାଇକ ଉଦ୍ଧାର


ବାଲିଗୁଡା,ମୋ ନିୟୁଜ ଓଡିଶା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ପକ୍ଷରୁ ଦୁଇଟି ଚୋରି ବାଇକ୍ ଉଦ୍ଧାର କରି ଜଣକୁ ଗିରଫ କରିଥ‌ିବା ଜଣାପଡିଛି । ସୂଚନା ପ୍ରକାରେ କ.ନୂଆଗାଁ ଥାନାର ନେଡ଼ିଗୁଡ଼ାର ରାମକୃଷ୍ଣ ବିଶି ମାଝିଙ୍କ ଆପାଚି ମଟର ସାଇକେଲ ନଂ.ଓଡି-୧୨- ସି-୩୭୬୪ ଟି ଘର ଆଗରୁ ଗତ ଅପ୍ରେଲ ୧୨ ତାରିଖରେ ଚୋରି ହୋଇଥିବା ନେଇ କ. ନୂଆଗାଁ ପୋଲିସ ନିକଟରେ ଏତଲା ଦାଏର  ହୋଇଥିଲା।ଏତଲାକୁ ଭିର୍ତ୍ତି କରି କେସ ନଂ.୫୮/୨୪ ରେ ଏକ ମାମଲା ରୁଜୁ କରି ଥାନା ଅଧିକାରୀ ସ୍ବରୂପ କିଷାନ ଏକ ଟିମ୍ ଗଠନ ସହିତ ତଦନ୍ତ ଅବ୍ୟାହତ ରଖିଥିଲେ। ତଦନ୍ତ ଅଧିକାରୀ ଏଏସଆଇ ସୁରେନ୍ଦ୍ର ରାଜହଂସଙ୍କ ନେତୃତ୍ୱରେ ଏକ ପୋଲିସ ଦଳ ପାଟ୍ରୋଲିଂ କରୁଥିବା ବେଳେ ସିର୍ତ୍ତିଗୁଡା ଠାରେ ଉକ୍ତ ବାଇକକୁ ଠାବ କରିଥିଲେ । ଏହି କେସର ତଦନ୍ତରୁ ଜଣାପଡିଛି ଯେ, ବାଲିଗୁଡା ଥାନା ବୌଦୁଙ୍ଗିଆ ସାନୁରା ମଲ୍ଲିକଙ୍କ ପୁଅ ମାନସ ମଲ୍ଲିକ ୧୯ ବର୍ଷର ଯୁବକ ଠାରୁ ନେଡ଼ିଗୁଡ଼ା ଆପାଚି ଗାଡ଼ି ସହିତ ଦାରିଙ୍ଗିବାଡ଼ି ଥାନା ଅଞ୍ଚଳ କେସର ଅନ୍ୟ ଏକ ନଂ ବିହିନ ମଟର ସାଇକେଲ ପୋଲିସ ଜବତ କରିଛି। ଉକ୍ତ ଯୁବକକୁ ଭାରତୀୟ ଦଣ୍ଡ ବିଧାନ ଆଇନ ୩୭୯ ରେ ଗିରଫ କରିବା ସହିତ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ଉକ୍ତ ତଦନ୍ତ ଦଳରେ ଥାନା ଏସଆଇ ଅଶୋକ କୁମାର ତ୍ରିପାଠୀ, ଏଏସଆଇ ଉମା ଶଙ୍କର ପେଡେଣ୍ଟିଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନାରେ  ସହଯୋଗ କରିଥିଲେ।

Post a Comment

Previous Post Next Post