ପାଣି ସମସ୍ୟା ପିଇଁ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଛେଳିଗଡ ଗ୍ରାମବାସୀ । ସାହିକୁ ପାଣି ନାହିଁ ତ ଭୋଟ ନାହିଁ ।


ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ)- ଆର,ଉଦୟଗିରି ବ୍ଳକର ଛେଳିଗଡ ଗ୍ରାମର ଖ୍ରୀଷ୍ଟିଆନ୍ ସାହି ଲୋକମାନଙ୍କୁ ୬ ଦିନ ହେବ ସାହିକୁ ଜଳ ଯୋଗାଣରେ  ସମସ୍ୟାର ସମାଧାନ ନ ହେବାରୁ ସାହିର ମହିଳାମାନେ  ରବିବାର ବାଧ୍ୟହୋଇ ସକାଳ ୬ଟା ରୁ ଛେଳିଗଡ ରୁ ବ୍ରହ୍ମପୁର ଓ ପାରଳାଖେମଣ୍ଡି ମୁଖ୍ୟ ରାସ୍ତା ରାଜପଥ ୩୨୬ ନମ୍ବର ରାସ୍ତା ଉପରେ ସାହିର ମହିଳାମାନେ ହାଣ୍ଡି, ଗୋରା, ମାଠିଆ ଓ ବାଲଟି ରଖି ରାସ୍ତା ଅବରୋଧ କରିଥିଲେ । ଯାହାଫଳରେ ଅଞ୍ଚଳର ଯାତ୍ରୀବାହୀ ,ବସ୍ ଗୁଡିକ ଯାତାୟତ ଠପ୍ ହୋଇଯାଇଛି ।  ସାହିର ମହିଳା ପୁରୁଷ ଏକ ସ୍ବରରେ ପାଣି ନାହିଁ ତ ଭୋଟ ନାହିଁ ନାରାଦେବା ସହ  ରାସ୍ତା ଅବରୋଧ ହଟିବ ନାହିଁ ବୋଲି ଅଡିବସିଥିଲେ । ଖବର ପାଇ ଆର,ଉଦୟଗିରି ଥାନା ଅଧିକାରୀ ତାଙ୍କ ଷ୍ଟାପ ଧରି ପହିଞ୍ଚିଥିଲେ ତାହାସହ ସ୍ଥାନୀୟ ପଞ୍ଚାୟତ ସରପଞ୍ଚ ଓ ବ୍ଳକ ଉପାଧ୍ୟକ୍ଷ ବିଜୟଲକ୍ଷୀ ପଟନାୟକ ଅବରୋଧ ସ୍ଥାନରେ ପହଞ୍ଚି ସାହିର ମହିଳା ପୁରୁଷ ବହୁବୁଝା କରି ସହ ୪ଦିନ ମଧ୍ୟ ସାହିର ଯେଉଁ ପାଣି ଯୋଗାଣ ସମସ୍ୟା ଅଛି ସମାଧାନ କରାଯିବ ବୋଲି ପ୍ରତିଶୃତି ପରେ ୧୧ ଘଣ୍ଟା ସମୟରେ ରାସ୍ତାରୋକ ଅଟିଥିଲା ।

Post a Comment

Previous Post Next Post