ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଜମୁଛି ବିଜେଡିର ପ୍ରଚାର, ଦଳୀୟ କର୍ମୀଙ୍କୁ ନେଇ ମୈଦାନରେ ବିକ୍ରମ ପଣ୍ଡା


(ଗଞ୍ଜାମ ଜିଲ୍ଲା ବିରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର:ମୋ ନିୟୁଜ ଓଡିଶା ଆଉ କିଛି ଦିନ ପରେ  ଅନୁଷ୍ଠିତ ହେବ ନିର୍ବାଚନ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଲାଗି ପଡିଛନ୍ତି ପ୍ରାର୍ଥୀ । ସେ ଦିନର ଟାଇ ଟାଇ ଖରା ହେଉ କି ସନ୍ଧ୍ୟା ସମୟର ଗୁଳୁଗୁଳି । ଏସବୁକୁ ଖାତିରି ନକରି ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ଜମିଲାଣି ବିଜୁ ଜନତା ଦଳର ନିର୍ବାଚନ ପ୍ରଚାର । ବିଭିନ୍ନ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ରହ୍ମପୁର ମହାନଗର ନିଗମର ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ରହିଥିବା ୱାର୍ଡରେ ବୁଲି ବୁଲି ନିଜର ପ୍ରଚାର କରୁଛନ୍ତି ଚଳିତଥର ପ୍ରାର୍ଥୀ ହୋଇଥିବା ବ୍ରହ୍ମପୁରର ବିଧାୟକ ବିକ୍ରମ କୁମାର ପଣ୍ଡା । ରାଜ୍ୟର ପ୍ରଥମ ପର୍ଯ୍ୟାୟର ନିର୍ବାଚନ ମତଦାନ ପାଇଁ ଦିନକୁ ଦିନ ଜମୁଛି ପ୍ରାର୍ଥୀ ମାନଙ୍କ ନିର୍ବାଚନୀ ପ୍ରଚାର । ପ୍ରାର୍ଥୀପତ୍ର ଦାଖଲ ପରେ ଦିନ ଦିନ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଗୋପାଳପୁରର ଦଳୀୟ ପ୍ରାର୍ଥୀମାନେ ଜାରି ରଖୁଛନ୍ତି ନିଜର ନିର୍ବାଚନୀ ପ୍ରଚାର । ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ସାଧାରଣ ଜନତାଙ୍କୁ ସହରରେ କିଭଳି ବିକାଶ ମୂଳକ କାର୍ଯ୍ୟ ହୋଇଛି ଆଉ କେଉଁ କେଉଁ କାର୍ଯ୍ୟ ହେବାକୁ ବାକି ରହିଛି ତାହାକୁ ନେଇ ସାଧାରଣ ଜନତାଙ୍କର ନିକଟତର ହେଉଛନ୍ତି ପ୍ରାର୍ଥୀ । ଏଥିସହ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଷଷ୍ଠଥର ମୁଖ୍ୟମନ୍ତ୍ରୀ ଆସନ୍ନରେ ଅଳଂକୃତ କରିବା ପାଇଁ ସମସ୍ତେ ବିଜୁ ଜନତା ଦଳକୁ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିବାକୁ ଆହ୍ୱାନ କରିଛନ୍ତି ।

Post a Comment

Previous Post Next Post