(ଗଞ୍ଜାମ ଜିଲ୍ଲା ବିରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଚଳିତ ସାଧାରଣ ନିର୍ବାଚନର ଉଷ୍ମତା ବୃଦ୍ଧି ପାଇଥିଲା ବେଳେ ଆଉ ମାତ୍ର କିଛି ଦିନ ପରେ ମେ ମାସ ୨୦ ତାରିଖ ଦିନ ଆସ୍କା ଲୋକସଭା ସାଙ୍ଗକୁ ପୋଲସରା ବିଧାନସଭା ଆସନ ଲାଗି ୨୬୩ଟି ବୁଥରେ ଭୋଟ ଗ୍ରହଣ କରାଯିବ । ପୋଲସରା ବ୍ଲକ୍ ଅନ୍ତର୍ଗତ ଚିରିକିପଡ଼ା ଶାସନ, ବିରିପୁର, ନରସିଂହପଲ୍ଲୀ, ମାଳତେନ୍ତୁଳିଆ, ଖଇରଛଟା ଓ ହଂସରାଳି ଗ୍ରାମ ଠାରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ରେ ବିଜୁ ଜନତା ଦଳର ବିଧାନସଭା ପ୍ରାର୍ଥୀ ତଥା ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେବା ସହ ବିଜୁ ଜନତା ଦଳ କୁ ଶଙ୍ଖ ଚିହ୍ନରେ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଲୋକମାନଙ୍କୁ ନିବେଦନ କରିଛନ୍ତି। ଓଡିଶା ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡିର ଧୂଆଁଧାର ପ୍ରଚାରରେ ବୁଗୁଡା ଅଞ୍ଚଳର ଗଳିକନ୍ଦି କମ୍ପି ଉଠୁଛି ।
ବିଜେଡି ପକ୍ଷରୁ ଦଳର ଷ୍ଟାର ପ୍ରଚାରକ ଭି.କାର୍ତ୍ତିକେୟ ପାଣ୍ଡିଆନ୍ ବୁଗୁଡ଼ା ଗସ୍ତରେ ଆସି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଭିକ୍ଷା କରିବା ପରେ ଦଳୀୟ ନେତା ଓ କର୍ମୀ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି । ଏଥର ଆସ୍କା ଲୋକସଭା କ୍ଷେତ୍ରରେ ୭ ଜଣ ଏବଂ ପୋଲସରା ବିଧାନସଭା କ୍ଷେତ୍ରରେ ୯ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ତେବେ କାହା ଗ୍ୟାରେଣ୍ଟିକୁ ଭୋଟରମାନେ କେତେ ଭରସା କରୁଛନ୍ତି, ଆଉ କାହାକୁ ଗ୍ରହଣ କରିବେ ତାହା ଆଗାମୀ ଜୁନ୍ ମାସ ୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ପରେ ସ୍ପଷ୍ଟ ହେବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି ।


