ଜଣେ ଗିରଫ, ପାରଳା ପୋଲିସ ଦ୍ୱାରା ୧୧୮ ପେଟି ବିଦେଶୀମଦ ଜବତ


ଗଜପତି ମୋ ନିୟୁଜ ଓଡିଶା -: ୧୬/୫/୨୦୨୪):ପାରଳାଖେମୁଣ୍ଡି ପୋଲିସ ଦ୍ୱାରା ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବାବେଳେ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିବା ଏକ ପିକ୍‌ଅପ୍ (ଏପି୩୧ଟିଏନ୦୫୫୦) ରୁ ୧୧୮ ପେଟି ବିଦେଶୀ ମଦ ଜବତ ହୋଇଛି । ଏହି ଘଟଣାରେ ପୋଲିସ ପିକ୍‌ଅପ୍ ଭ୍ୟାନର ଡ୍ରାଇଭର ବି. ଶଙ୍କର ରାଓ (୨୬)କୁ ଗିରଫ କରିଛି। ଏହି ବିଦେଶୀ ମଦ ପାରଳାଖେମୁଣ୍ଡିର ଏକ ବିଦେଶୀ ମଦ ଦୋକାନରୁ ଆନ୍ଧ୍ରପ୍ରଦେଶ ଯାଉଥିବା ସୂଚନା ମିଳିଛି। ଅବକାରୀ ଆଇନ ଅନୁସାରେ ଏନେଇ ଗ୍ରୀନପାର୍କ ବିଦେଶୀ ମଦ ଦୋକାନ ମାଲିକ ଆର୍.ରମେଶ ଚୌଧୁରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ପୋଲିସ ସୂଚନା ଦେଇଛି।

Post a Comment

Previous Post Next Post