ପାଣି ପାଇଁ କଷ୍ଟକର ଜୀବନ ବିତାଉଛନ୍ତି ପଟେଗୁଡା ଗ୍ରାମବାସୀ


ଗଜପତି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ/ ୧୯/୫/ ବତ୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ରହିଛି । ପ୍ରଚଣ୍ଡ ଉତ୍ତାପ ଯୋଗୁଁ ଜଳସ୍ତର ଜମି ବିଭିନ୍ନ ସ୍ଥାନର ନଦୀ, ନାଳ, ଝରଣା ଶୁଖି ଯାଇଛି । ବତ୍ତମାନ ଗ୍ରାମ ମାନଙ୍କରେ ବନ୍ଧ, କୂଅର ପାଣି ଶୁଖିବା ସହ ନଳକୂପରୁ ପାଣି ବାହାରୁ ନାହିଁ । ଏଥିଯୋଗୁଁ ଲୋକେ ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗଜପତି ଜିଲ୍ଲା ନୁଆଗଡ ବ୍ଳକ ଅନୁଗୁର ପଞ୍ଚାୟତ ପଟେଗୁଡା ଗ୍ରାମର ଲୋକେ ପାଣି ପାଇଁ ଡହକବିକଳ ହେଉଛନ୍ତି। ସୁଚନା ପ୍ରକାରେ ଗ୍ରାମରେ ୬୦ରୁ ଉଦ୍ଧ୍ବ ପରିବାରରେ ୩୫୦ରୁ ଉଦ୍ଧ୍ବ ଲୋକେ ବସବାସ କରୁଛନ୍ତି । ଏଠାରେ ପ୍ରାୟ ଦୁଇମାସରୁ ଅଧିକ ହେବ ପାଣିର ଘୋର ସମସ୍ୟା ଲାଗିରହିଛି । ପାନୀୟ ସହ ସ୍ନାନ ଶୌଚ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ଅନ୍ୟ ଉପାୟ ନ ପାଇ ବିଲ ମାଳରେ କିଛି ଜମି ରହିଥିବା ପାଣିକୁ ବାଧ୍ୟ ହୋଇ ବ୍ୟବହାର କରୁଛନ୍ତି । ଦୂଷିତ ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ  ହେଉଛନ୍ତି । ପ୍ରତ୍ୟେକ ବର୍ଷ ଗ୍ରୀଷ୍ମ ରୁତୁ ଆରମ୍ଭରୁ ହିଁ ଗ୍ରାମରେ ପାଣି ପାଇଁ ହାହାକାର ପରସ୍ଥିତି ସୃଷ୍ଟି ହେଉଛି । ପାଣି ସମସ୍ୟାକୁ ନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଆସୁଥିଲେ ମଧ୍ୟ ସମସ୍ୟାକୁ ଦୂର କରିବା ପାଇଁ ତପର ଦେଖାଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଗ୍ରାମରେ ରହିଛି ଦୁଇଟି କୂଅ ଏବଂ ଦୁଇଟି ନଳକୂପ ରହିଛି । ଦୁଇଟି କୂଅ ଏବଂ ଦୁଇଟି ନଳକୂପ ରହିଛି । ପ୍ରଚଣ୍ଡ ଖରା ଯୋଗୁଁ କୂଅର ପାଣି ଶୁଖିଯାଇଛି । ନଳକୂପରୁ ଠିକ୍ ଭାବେ ପାଣି ବାହାରୁନାହିଁ । ବେଳେ ବେଳେ କଳଙ୍କି ପାଣି ବାହାରୁଥିବା ଯୋଗୁଁ ପାନୀୟଯୋଗ୍ୟ ହେଉନାହିଁ । କୂଅରୁ କମ ପରିମାଣ ରେ ଝୁରୁଥିବା ଗ୍ରାମବାସୀ ରାତି ଦିନ ଏକ କରି ପାଣି ଆଣି ବ୍ୟବହାର କରୁଛନ୍ତି । କେହି କେହି ବିଲ ମାଳରେ ଜମି ରହିଥିବା ପାଣି ଆଣି ବ୍ୟବହାର କରୁଛନ୍ତି । ଲୋକେ କହିବା ପ୍ରକାରେ ଗ୍ରାମରେ ପାଣିର ସମସ୍ୟାକୁ ଦୂର କରିବାକୁ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିଲା । ଏକ ପାଣି ଟାଙ୍କି ସହ ଘର ସମ୍ମୁଖରେ ଷ୍ଟାଣ୍ଡପୋଷ୍ଟ ଲଗାଯାଇଥିଲା । କିନ୍ତୁ ୩ବର୍ଷରୁ ଅଧିକ ହୋଇଥିଲେ ମଧ୍ୟ ସେହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇନାହିଁ । ଘର ସମ୍ମୁଖରେ ଥିବା ଷ୍ଟାଣ୍ଡ ପୋଷ୍ଟ ଭାଙ୍ଗି ରୁଜି ନଷ୍ଟ  ହେବାକୁ ବସିଛି । କୌଣସି ସୂଚନା ଫଳକ ନଥିବାରୁ କେଉଁ ଯୋଜନାରେ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଲୋକେ ଜାଣିପାରୁନାହାନ୍ତି। ପ୍ରକଳ୍ପ ଅଛି କିନ୍ତୁ କାର୍ଯ୍ୟକାରୀ ହେଉନାହିଁ । ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସଫୁଳ ମିଳି ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହାକୁ ଅତିଶୀଘ୍ର କାର୍ଯ୍ୟକ୍ଷମ କରି ପାଣି ଯୋଗାଇବା ନିମନ୍ତେ ଗ୍ରାମବାସୀ ଦାବୀ କରିଛନ୍ତି । ସମସ୍ୟା ନେଇ ଗ୍ରାମ୍ୟ ଜଳ ଯୋଗାଣ  ଏବଂ ପରିମଳ ବିଭାଗ କନିଷ୍ଠ ଯନ୍ତୀ ଯୋଗାଯୋଗ କରିବାରୁ ଖୋଲାଯାଇଥିବା ବୋରଟି କୋଲାପସ୍ ପୁଣି ଗାଡି ଆଣି ଖୋଲିବା ବ୍ୟବସ୍ଥା କରାଯିବ ସେ କହିଥିଲେ । ସେ ଅଞ୍ଚଳ କାମ ଦେବାକୁ ଯାଉଥିବା ସମୟରେ ଶରଳାପଦର ପରିମଳ ମଜି ସଙ୍କ ଠାରେ ଦୁର୍ଘଟଣା ଘଟି ଆହତ ହୋଇ ମେଡିକଲ ଚିକିତ୍ସା ହେଉଛନ୍ତି । ଦେହ ଭଲ ହେବା ପରେ ଯାହାକାମ ଅଛି କରାଯିବ ବୋଲି କହିଥିଲେ ।

Post a Comment

Previous Post Next Post