ପଣା ସଂକ୍ରାନ୍ତିରେ ସିଦ୍ଧ ବଳରାମଜୀଉଙ୍କ ବିଶେଷ ପୂଜା


ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ମହାବିଷୁବ ପଣା ସଂକ୍ରାନ୍ତି ଥିବାରୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ବସ୍ତ୍ର ତୁଳସୀ ହାର ଫୁଲ ହାର ଲାଗି କରାଯାଇଥିଲା। ବଲ୍ଲଭ ଭୋଗ ଲାଗି କରାଯାଇଥିଲା। ୧୦ଟା ବେଳେ ଖେଚେଡ଼ି ଭୋଗ ମଧ୍ୟାହ୍ନ ଅର୍ନ ଧୂପ ସନ୍ଧ୍ୟା ଆଳତି ପୁର୍ବରୁ ପଣାଭୋଗ ଲାଗି ଓ ସନ୍ଧ୍ୟା ଆଳତି ଓ ରାତ୍ରୀରେ ରାତ୍ରଧୂପ ପରେ ପହଡ ପଡ଼ିବ। ପୂଜକ ମନସୁମନ ମିଶ୍ର ପାଳିଆସେବକ ସମ୍ଭୁନାଥ ମହାପାତ୍ର ପାଳିଆସେବକ ବ୍ରଜମୋହନ ମହାପାତ୍ର କାହାଳିଆ ଟିକନ ବେହେରା ଓ ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ରେ ଏହି ପଣା ସଂକ୍ରାନ୍ତି ନିତି ପାଳିତ ହୋଇଯାଇଛି

Post a Comment

Previous Post Next Post