ଢେଙ୍କାନାଳ, ୧୪/୪: ଢେଙ୍କାନାଳ ସହର ବାଜିଚୌକ ଠାରେ ଅବସ୍ଥିତ ଗଡଠାକୁରାଣୀ ମା’ ବ୍ରାହ୍ମଣୀ ଦେବୀ ପୂଜା ପ୍ରତିଷ୍ଠାନ ତରଫରୁ ମହାବିଷୁବ ସଂକ୍ରାନ୍ତି ଓ ପଣା ଉତ୍ସବ ତଥା ବିଶ୍ୱଶାନ୍ତି ମହାଯଜ୍ଞ ୨ଦିନ ଧରି ପାଳିତ ହୋଇଅଛି । ମୁଖ୍ୟ ପୂଜକ ରାମଚନ୍ଦ୍ର ମହାପାତ୍ର ତଥା ଅନ୍ୟ ପୂଜକମାନେ ସକାଳୁ ମଙ୍ଗଳ ଆଳତି, ସକାଳ ଧୂପ ଦେଇ ପୂଜା ଆରମ୍ଭ କରିଥିଲେ । ମଧ୍ୟାହ୍ନରେ ମା'ଙ୍କର ପୁନର୍ବାର ମହାସ୍ନାନ କରାଇ ନୂତନ ବସ୍ତ୍ର ପରିଧାନ, ବିଭିନ୍ନ ପୁଷ୍ପ ଲାଗି ଓ ରୂପା ଝଲସିତ ମୁକୁଟ ଓ ସୁନାର ଚକ୍ଷୁ, ନାକ, ଭୁଲତା ପାଟି ଓ କାନରେ ଶୋଭିତ ପରେ ବିଭିନ୍ନ ପଣା ଲାଗି କରାଯାଇଥିଲା । ଯଜ୍ଞକୁ ପୂଜକ ବ୍ରାହ୍ମଣ ଶାନ୍ତନୁ ମହାପାତ୍ର ଓ ତାଙ୍କର ସହଯୋଗୀ ୩ଜଣ ଏବଂ କର୍ତା ପ୍ରେମଶଙ୍କର ମିଶ୍ର ଭରଦ୍ବାଜ ଦ୍ବାରା ସମାହିତ ହୋଇଥିଲା । ପୂଜା କମିଟିର ସଭାପତି ସଂଗ୍ରାମ କେଶରୀ ପାଣି ଓ ସଂପାଦକ ଅଭୟ ସିଂହ ଓ କମିଟିର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଏହି ଅନୁଷ୍ଠାନର ଜଡିତ ସମସ୍ତ କର୍ମୀଙ୍କ ସହଯୋଗରେ ମା’ଙ୍କର ପୂଜାକୁ ସମାହିତ କରିଥିଲେ । ଶେଷରେ ମହାପ୍ରସାଦ ସେବନ ଓ ପଣାକୁ ସର୍ବସାଧାରଣରେ ବଂଟନ କରାଯାଇଥିଲା । ସଂଧ୍ୟାରେ ମା'ଙ୍କର ୧୦୮ ବତି ଓ ବଡ ବତିରେ ଆଳତି କରି ପୂଜାକୁ ସଂପୂର୍ଣ କରାଯାଇ ବିଶ୍ଵର ମଙ୍ଗଳ ପାଇଁ ପ୍ରାର୍ଥନା କରାଯାଇଥିଲା ।
Tags:
ଆଞ୍ଚଳିକ


