ବେଆଇନ ବାଲି ଚାଲଣାକୁ କେନ୍ଦ୍ର କରି ଆସିକା ଥାନା ସମ୍ମୁଖରେ ଗ୍ରାମ ବାସିନ୍ଦାଙ୍କ ପ୍ରତିବାଦ ।



ସ୍ଥାନ - ଆସିକା( ମୋ ନିୟୁଜ ଓଡିଶା )

 ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ ଆସିକା  ଥାନା ଅନ୍ତର୍ଗତ ପିତଳ ପଞ୍ଚାୟତ ପାକିଡି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଆସିକା ଥାନା ଘେରାଉ କରିଛନ୍ତି । ଆଜକୁ ପ୍ରାୟ ୬ ମାସ ହେଲା ବେଆଇନ ଭାବେ ଚୋରାରେ  ଋଷିକୂଲ୍ୟା ନଦୀ ପାକିଡି ଘାଟରୁ ବାଲି ଚାଲାଣକୁ କେନ୍ଦ୍ର ଗ୍ରାମ ବାସିନ୍ଦା ପ୍ରତିବାଦ କରିଥିଲେ । ଗୁଡିସର ଗ୍ରାମର ସୂଧା ଚୌଧୁରୀ ନାମକ ଏକ ପ୍ରଶାସନ ଆଢୁଆଳରେ ରହି ବେଆଇନ ଭାବେ ବାଲି ଉଠାଉଥିଲେ । ଏହାକୁ ନେଇ ଅନେକ ଥର ଗ୍ରାମ ବାସି ପ୍ରତିବାଦ କରିଥିଲେ । ଏହି ପ୍ରତିବାଦକୁ ବିରୋଧ କରି ବାଲି ବେଆଇନ ଭାବେ ଉଠାଉଥିବା ଗୋତାଧାରୀ ସୁଧା ଚୌଧୁରୀ ପାକିଡି ଗ୍ରାମର କିଛି ଲୋକ ବିରୋଧରେଆସିକା ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ଏହି ଲିଖିତ ଅଭିଯୋଗ କୁ ଭିତିକରି ଗତକାଲି ଆସିକା ପୋଲିସ ସେହି ବ୍ୟକ୍ତି ମାନଙ୍କୁ ତଦନ୍ତ ପାଇଁ ଗ୍ରାମରୁ ଉଠାଇ ଆଣିଥିଲେ । ଏହାକୁ ନେଇ ଆଜି ପାକିଡି ଗ୍ରାମ ଵାସୀ ଆସିକା ଥାନା ସମ୍ମୁଖରେ ପ୍ରତିବାଦ ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାକୁ ସବୁଦିନ ପାଇଁ ବାଲି ଚାଲଣା ଵନ୍ଦ ସାଙ୍ଗକୁ ଉଠାଇ ନିଆଯାଇଥିଵା ଗ୍ରାମ ବାସୀଙ୍କୁ ଛାଡିବା କୁ ଗ୍ରାମବାସୀ ଦାବି କରିଛନ୍ତି ।

Post a Comment

Previous Post Next Post