ସୁଖିଲା ଗଛଡାଳ ଭାଙ୍ଗିପଡି ଜଣେ ମୃତ୍ୟୁ , ଦୁଇ ଆହତ , କ୍ଷେତି ପୂରଣ ଛେଳିଗଡ ରୁ ରାମଗିରି ଓ ଆର,ଉଦୟଗିରି ଅବରୋଧ ।


ଆର,ଉଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ)- ଆର,ଉଦୟଗିରି ଥାନା ପଦ୍ମପୁର ଗ୍ରାମର ଦୁଇ ଜଣ ଏବଂ ପିଚୁ କାମ ପାଇଁ ଆସିବା ଶ୍ରମିକ ମିଶି ଏକ ବାଇକ୍ ଛେଳିଗଡ ବଜାରକୁ ଯାଉଥିବା ରାମଗିରି ଛକରେ ଥିବା କାକପୋଇ ଗଛ ଦୀର୍ଘ ବର୍ଷ ଧରି ଥିବା ରାସ୍ତା ସାଇଡି ରହିଥିଲା ।  ରବିବାର ସନ୍ଧ୍ୟା୬.୩୦ ସାମନ୍ୟ ପବନ ହେବରୁ  ରାସ୍ତା ସାଇଡିୀବା  ଗଛ ସୁଖିଲା ଡୁଆ ଭାଙ୍ଗି ପଡି ବାଇକ୍ ଚାଳକ ଉପରେ ପଡିଯିବା ଦ୍ବରା  ପଦ୍ମପୁର ପୂଣ୍ଣଚନ୍ଦ୍ର ପାଇକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ବାଇକି ଥିବା ଅନ୍ୟ ଦୁଜ ମଧ୍ୟରୁ ଜଣେ ଗୁରୁତର ଆହତ ହୋଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ଏହାକୁ ପାଖରେ ଥିବା ଲୋକେ ଦେଖି  ଚନ୍ଦ୍ରଗିରି  ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସରେ ପଠାଇଥିଲେ । ସେଠାର ଡାକ୍ତର  ଗୁରୁତର ଥିବାରୁ ତାକୁ  ବ୍ରହ୍ମପୁର ବଡ ମେଡିକଲ ଅଧିକ ଚିକିତ୍ସା ପାଇଁ  ପଠାଇଥିଲେ  । ମୃତ୍ୟୁ ପରିବାର ଓ ଗ୍ରାମବାସୀ ରାସ୍ତା ଉପରେ ଶବ ରଖି କ୍ଷେତି ପୂରଣ ଦାବି ନେଇ  ଛେଳିଗଡ ରାମଗିରି ଓ ଛେଳିଗଡ ଆର,ଉଦୟଗିରି ରାସ୍ତା ଅବରୋଧ କରିରଖିଛନ୍ତି । ଏହି ଖବର ପାଇ ଘଟଣାସ୍ଥଳକୁ ଆର,ଉଦୟଗିରି ପିଲିସ ପହଞ୍ଚି ଏହାର ତଦନ୍ତ କରିବା ସହ ରାସ୍ତା ଅବରୋଧ କୁରୁଥିବା ବ୍ୟକ୍ତି ବୁଝାସୁଝା କରିଥିଲେ । ଖବର ପଠାଇ ପର୍ଯ୍ୟନ୍ତ ରାସ୍ତା ହଟିନଥିଲା । ପରିବାର ଅଭିଯୋଗ କରୁଛନ୍ତି ଯେ ପୂତ୍ତ ବିଭାଗ ଖାମଖିଆଲି ନିତି ଯୋଗୁଁ ଜଣେ ମୃତ୍ୟୁ ବରଣ କରିଛନ୍ତି । ଯଦି ସୁଖିଲା ଗଛକୁ ପୂତ୍ତ ବିଭାଗ  ଦ୍ବାରା କଟାଯାଇଥାନ୍ତା ତାହାହେଲେ ଆଜି ପୂଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋନଥାନ୍ତା  ।

Post a Comment

Previous Post Next Post