ଅଘୋଷିତ ବିଦ୍ୟୁତ୍ କାଟ୍ ନେଇ ତାତିଲେ ଗ୍ରାମବାସୀ । ମୋହନା ଚାନ୍ଦିପୁଟରେ ଟାଟା ପାୱର ଯନ୍ତ୍ରୀଙ୍କୁ ଘେରିଲେ

ମୋହନା ମୋ ନିୟୁଜ ଓଡିଶା (ମନୋଜ କୁମାର  ପାଢୀ/୨୨/୪ : ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ତାତିଲେ ଗ୍ରାମବାସୀ । ଟାଟା ପାୱାର ଯନ୍ତ୍ରୀଙ୍କ ସହ କର୍ମଚାରୀଙ୍କୁ ଅଟକ ରଖିଲେ ଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମୋହନା ବ୍ଲକ ଚାନ୍ଦିପୁଟ ଗାଁରେ । ଗାଁରେ ତିନି ଦିନ ଧରି ବିଦ୍ୟୁତ ସରବରାହ ବନ୍ଧ ଥିବାରୁ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରି ଟାଟା ପାୱାର କର୍ମଚାରୀଙ୍କୁ ଘଣ୍ଟା ଘଣ୍ଟା ଧରି ଅଟକ ରଖିଥିଲେ । ଗ୍ରାମବାସୀ ବାରମ୍ବାର ସମସ୍ୟାର ସମାଧାନ ପାଇଁ ଦାବିକରି ଆସୁଥିଲେ ମଧ୍ୟ କେହି ଶୁଣୁନଥିଲେ । ବିଦ୍ୟୁତ୍ ସେବା ବନ୍ଦ ଯୋଗୁଁ ଗୁଳୁଗୁଳ ତାତିରେ ଅସ୍ତବ୍ୟସ୍ତ ହେବା ପରେ ଶେଷରେ ପାୱାର କର୍ମଚାରୀଙ୍କୁ ଅଟକ ରଖିଥିଲେ ।

Post a Comment

Previous Post Next Post