ଶ୍ରୀଚୈତନ୍ୟଜୀଉ ମନ୍ଦିରରେ ୫୮ତମ ଅଷ୍ଟପ୍ରହର ନାମଯଜ୍ଞ ଉଦ୍‌ଯାପିତ



ଢେଙ୍କାନାଳ, ମୋ ନିୟୁଜ ଓଡିଶା  ଢେଙ୍କାନାଲ ସ‌ହର ମାଣ୍ଡବାସାହିସ୍ଥିତ ଶ୍ରୀଚୈତନ୍ୟଜୀଉ ମନ୍ଦିର ପ୍ରାଙ୍ଗଣରେ ୫୮ତମ ଅଷ୍ଟପ୍ରହର ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଅଛି। ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ନାମଯଜ୍ଞ ଅଦ୍ୟ ୧୮ ତାରିଖ ଗୁରୁବାର ନଗରକୀର୍ତନ ଓ ଦହାଣ୍ଡି ଭଙ୍ଗାଯାଇ ଉଦ୍‌ଯାପନ କରାଯାଇଥିଲା । ଏହି ନାମଯଜ୍ଞରେ ୧୦ଟି ସଂକୀର୍ତନ ମଣ୍ଡଳୀ ଯୋଗ ଦେଇଥିବାବେଳେ ବିଶେଷ ଆକର୍ଷଣ ଥିଲା ଛାଟିଆ ଓ ଡେଙ୍ଗବୋରେଇ ମହିଳା ସଂକୀର୍ତନ ମଣ୍ଡଳୀର ପରିବେଷଣ । ପୂଜକ ଜଗନ୍ନାଥ ତ୍ରିପାଠୀଙ୍କ ଦ୍ବାରା ସମସ୍ତ ପୂଜା ସମାପନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସଭାପତି ନିରାକାର ସାହୁ, ଉପସଭାପତି ରଞ୍ଜନ କୁମାର ଦାସ, ସଂପାଦକ ନୃସିଂହ ଚରଣ ସାହୁ, ସହ-ସମ୍ପାଦକ ବିଚିତ୍ରାନନ୍ଦ ସାହୁ, କୋଷାଧ୍ୟକ୍ଷ ବିଷ୍ଣୁ ଚରଣ ସାହୁଙ୍କ ସମେତ ସମସ୍ତ ସଭ୍ୟମାନଙ୍କ ସହଯୋଗରେ କାର୍ଯ୍ୟ ସମ୍ପାଦନ କରାଯାଇଅଛି ।

Post a Comment

Previous Post Next Post