ବିଧାୟିକାଙ୍କ ବିରୁଦ୍ଧରେ ମେଳି ବାନ୍ଧିଲେ ରାଣୀ ଗୋଷ୍ଠୀ, ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା


ମୋ ନିୟୁଜ ଓଡିଶା 

ସାଧାରଣ ନିର୍ବାଚନକୁ ଆଉ ମାତ୍ର ଏକ ମାସ ବାକି ଥିବା ବେଳେ ପ୍ରତିଦିନ ରାଜନୀତିରେ ରୋଚକପୂର୍ଣ୍ଣ ଘଟଣା ଦେଖିବାକୁ ମିଳୁଛି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଧାୟିକା ଲତିକା ପ୍ରଧାନ ପୁଣି ଥରେ ବିଜେଡିରୁ ଟିକେଟ ପାଇବା ପରେ ହଜମ କରି ପାରୁ ନାହାନ୍ତି ବିରୋଧୀ। ଏହି ନିର୍ବାଚନମଣ୍ଡଳୀରେ ରାଣୀ ସୁଜ୍ଞାନକଂ ଲିଗାସି ଏବେ ହଠାତ୍ ଆବିର୍ଭାବ ହୋଇଛନ୍ତି। ଯାହାକୁ ନେଇ ବିଧାୟିକା ଲତିକା ପ୍ରଧାନଙ୍କ ଅକଲ ଗୁଡମ୍ ହୋଇଯାଇଛି।  ନିର୍ବାଚନରେ କେମିତି ବିଜୟୀ ହେବେ ସେ ନେଇ ଚିନ୍ତାରେ ଲତିକା। କୋଦଳା ଏନଏସି ଓ ବେଗୁନିଆପଡ଼ା ବ୍ଳକର ୨୩ ଟି ପଞ୍ଚାୟତରୁ ଆଗ ଧାଡିର ନେତୃମଣ୍ଡଳୀ ସିଧାସଳଖ ବିଧାୟିକା ଲତିକା ପ୍ରଧାନଙ୍କ ବିରୁଦ୍ଧରେ ଏକଜୁଟ ହେବା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏମାନେ ବିଧାୟିକାଙ୍କ ନେତୃତ୍ୱ ଓ କାର୍ଯ୍ୟକଳାପକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଗତକାଲି ସିଂହାସନୀ ପୀଠରେ ଏନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ସମସ୍ତ ନେତୃବୃନ୍ଦ ମାନଙ୍କ ମଧ୍ୟରେ ଆଲୋଚନା କରାଯିବା ସହ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି। ୨୦୦ ରୁ ଉର୍ଦ୍ଧ୍ବ ନେତୃମଣ୍ଡଳୀ ଏହି ବୈଠକରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।ଆମଦାନୀ ନେତ୍ରୀକୁଂ ବିରୋଧ କରିଛନ୍ତି ରାଣୀ ଗୋଷ୍ଠୀ। ତେବେ ଏହି ଗୋଷ୍ଠୀ କେଉଁ ଦଳରେ ଯୋଗ ଦେବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ହଜାର ହଜାର ସମର୍ଥକଙ୍କ ସହ ରାଣୀ ଗୋଷ୍ଠୀ ବିଜେପିରେ ସାମିଲ ହୋଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ପୁରା ଘଟଣାକୁ ଦେଖିଲେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଜେଡିର ଗୋଷ୍ଠୀ କନ୍ଦଳରୁ ବିଜେପି ଫାଇଦା ଉଠାଇବା ନେଇ ସଜ ହେଉଥିବା ଦେଖିବାକୁ ମିଳିଛି।

ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ 

Post a Comment

Previous Post Next Post