ସାଇବର୍‌ ଅପରାଧୀଙ୍କ ନିର୍ବାଚନ ଅସ୍ତ୍ର: ହ୍ବାଟସଆପ୍‌ରେ ବୁଲୁଛି ୩ ମାସିଆ ଫ୍ରି ରିଚାର୍ଜ ମେସେଜ୍

 


ଜଗତସିଂହପୁର: ସାଧାରଣ ନିର୍ବାଚନକୁ ଆଳ କରି ଜାଲ ବିଛାଇଲେଣି ସାଇବର ଅପରାଧୀ। ସାଧାରଣ ନିର୍ବାଚନ ପୂର୍ବରୁ ଶହ ଶହ କୋଟି ଟଙ୍କା ଠକି ନେବାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ସାରିଲେଣି। ଟାଟା, ଫୋନ୍ ପେ ନାଁରେ ଆକାଉଣ୍ଟକୁ ଟଙ୍କା ଯାଉଥିବା ଅଫର ଦେଇ ଠକେଇ କରୁଥିବା ବେଳେ ଏବେ ନିର୍ବାଚନ ପାଇଁ ବିଜେପି ୩ ମାସ ଲାଗି ଫ୍ରି ରିଚାର୍ଜ ଯୋଜନା କରିଥିବା ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ତଳେ ନୀଳ ରଙ୍ଗର ଲିଙ୍କ୍ ଦିଆଯାଇଛି। ସେହି ଲିଙ୍କକୁ କ୍ଲିକ୍ କରିବା ପରେ ଆସୁଥିବା ନିର୍ଦ୍ଦେଶକୁ ପାଳନ କଲେ ତିନି ମାସ ଲାଗି ମୋବାଇଲ ଫୋନରେ ଫ୍ରି ରିଚାର୍ଜ ହୋଇଯିବ ବୋଲି ମେସେଜରେ କୁହାଯାଉଛି। କିନ୍ତୁ ବାସ୍ତବରେ ଏହା ସାଇବର ଅପରାଧୀଙ୍କ କାମ ବୋଲି ଜଣାପଡ଼ିଛି। ସାରା ଦେଶରେ ଏହି ମେସେଜ୍ ବିଜୁଳି ବେଗରେ ଭାଇରାଲ୍ ହେବାରେ ଲାଗିଛି। ସାଇବର ଅପରାଧୀମାନେ ଏହାକୁ ‘ବିଜେପି ଫ୍ରି ରିଚାର୍ଜ ଯୋଜନା’ ବୋଲି ଦର୍ଶାଇଛନ୍ତି। ମୋଦି ସରକାର ଭାରତୀୟ ମୋବାଇଲ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଏହି ଅଫର ଆଣିବା ସହ ଆଗାମୀ ନିର୍ବାଚନରେ ବିଜେପି ଅଧିକରୁ ଅଧିକ ଭୋଟ ପାଇବା ଲାଗି ଯୋଜନା କରାଯାଇଥିବା ମେସେଜରେ କୁହାଯାଇଛି। ଚଳିତବର୍ଷ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଏହି ଅଫର ରହିଥିବା ମେସେଜରେ ଉଲ୍ଲେଖ ରହିଛି।

Post a Comment

Previous Post Next Post