(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ବ୍ରହ୍ମପୁର : ଅଶୋକ ନଗରରେ ଆୟୋଜିତ ୩୨ ଫୁଟ
ଉଚ୍ଚର ଗଣେଶ ମୂର୍ତ୍ତି ପୂଜା ପାଉଛି ।ଅଶୋକ ନଗର ଯୁବକ ସଂଘ ଗଣେଶ ପୂଜା କମିଟି ସଭାପତି ସୁରେନ୍ଦ୍ର ମହାରଣା ବୁଧବାର ଠାରୁ ଆୟୋଜିତ ରାଜ୍ୟସ୍ତରୀୟ ନୃତ୍ୟ ପ୍ରତି ଯୋଗୀତା ରେ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ପୃଷ୍ଠପୋଷକ ଏ.ସନ୍ତୋଷ କୁମାର ପାତ୍ରଙ୍କ ଉଦ୍ୟମ ରେ ଆୟୋଜିତ ଗଣେଷ ପୂଜା ସହରବାସୀଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଛନ୍ତି ବୋଲି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ମେୟର ସଙ୍ଘମିତ୍ରା ଦଳାଇ କହିଥିଲେ।ସମ୍ମାନୀତ ଅତିଥି ରୂପେ ଡେପୁଟି ମେୟର ଇ ବିବେକ ରେଡ୍ଡୀ ଯୋଗ ଦେଇଥିଲେ ।କାର୍ଯ୍ୟକାରୀ ସଭାପତି ଏ ଶିବରାମ ସାହୁ, ମୁଖ୍ୟକର୍ତ୍ତା ଏ.ହରିପ୍ରସାଦ, କାର୍ଯ୍ୟକାରୀ ସଦସ୍ୟ କୁମାର ସୁରଜ ମହାରଣା, କୋଷାଧ୍ୟକ୍ଷ ବିରଜ କୁମାର ସାହୁ, ଶିବ ଶଙ୍କର ପାତ୍ର, ବିକ୍ରମ କୁମାର ଜେନା, ଏଲ. ଅସିତ ରାଜ ପ୍ରମୁଖ ଙ୍କ ସମେତ ବହୁ ସଦସ୍ୟ ଏହି ଅବସରର ଉପସ୍ଥିତ ଥିଲେ। ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ପୂଜା ଆୟୋଜନ ହୋଇଛି। ମେଗା ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଏବଂ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହେଉଅଛି । ପୂଜା ଆୟୋଜକ ଏ.ସନ୍ତୋଷ କୁମାର ପାତ୍ର କହିଛନ୍ତି ଯେ, ଦୀର୍ଘ ୧୯ ବର୍ଷ ହେଲା ଅଶୋକ ନଗର ଯୁବକ ସଂଘ ପକ୍ଷରୁ ପୂଜା ଆୟୋଜିତ ହେଉଅଛି। ଏହି ଅବସରରେ ସମ୍ପାଦକ ଶିବରାମ ଚୌଧିରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବଶିଷ୍ଠ ସାମ୍ୱାଦିକ ସୁଦୀପ କୁମାର୍ ସାହୁ ଶେଷରେ ଧନ୍ଯବାଦ ଅର୍ପଣ କରିଥିଲେ । ରକ୍ ଷ୍ଟାର ତରଫରୁ ତରୁଣ , ରବି ଓ କାହୁଁ କାଯ୍ୟକ୍ରମ ପରିଚାଳନା କରିଥିଲେ ।ଏଠାରେ ନୃତ୍ୟ ପ୍ରତି ଯୋଗୀତାର ବିଚାରକ ମାନଙ୍କୁ ଯୁବକ ସଂଘ ତରଫରୁ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା । ଗଣେଶ ପୂଜା ଆଳତି କାଯ୍ୟକ୍ରମ ରେ ବହୁ ଭକ୍ତ ଙ୍କ ଭିଡ଼ ଲାଗି ରହିଥିଲା ।

