(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ବ୍ରହ୍ମପୁର୍ : ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ବ୍ରହ୍ମପୁର ମହାନଗରର ବିଭିନ୍ନ ବୈଷୟିକ ଅନୁଷ୍ଠାନ ଓ ମନ୍ଦିରରେ ଧୁମ୍ଧାମ୍ରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ରହ୍ମପୁର ମହାନଗର ନିଗମ ତରଫରୁ ବିଶ୍ୱକର୍ମା ପୂଜା ଧୁମ୍ଧାମ୍ରେ ଆୟୋଜନ କରାଯାଇଥିଲା। ଏହି ପୂଜାରେ ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ. ବିବେକ ରେଡ୍ଡୀ, କମିଶନର ଏ. ଶସ୍ୟା ରେଡ୍ଡୀଙ୍କ ସମେତ ବହୁ କର୍ପୋରେଟର ଓ କର୍ମଚାରୀ ସାମିଲ ହୋଇଥିଲେ। ଆଇଟିଆଇ ଶିଳ୍ପାନୁଷ୍ଠାନରେ ଏପରି ବିଶ୍ୱକର୍ମା ପୂଜା ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଆୟୋଜନ କରାଯାଇଥିଲା। ଅଧ୍ୟକ୍ଷ ଇଂ. ରଜତ କୁମାର ପରିଡ଼ା ଏହି ଅବସରରେ ପୂଜାରେ କର୍ତ୍ତା ଭାବେ ସାମିଲ ହୋଇଥିଲେ। ସେହିପରି ୱାଟ୍କୋ-୩ ଶାଖା କାର୍ଯ୍ୟାଳୟରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଥିଲା। ନୂଆ ବସଷ୍ଟାଣ୍ଡୁ ପେଟ୍ରୋଲ ପମ୍ପ ସନ୍ନିକଟରେ ବିଶ୍ୱକର୍ମା ସମିତି ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ଶ୍ରୀ ଡେଭଲପର୍ସ ରେ ବିଶ୍ୱକର୍ମା ପୂଜା ମହାସମାରୋହରେ ଆୟୋଜିତ ହୋଇଥିଲା। ଏହି ଅବସରରେ ପ୍ରମୋଦ ମହାରଣା, ମହେଶ ଚନ୍ଦ୍ର ମହାରଣା, ଧିରେନ ମହାରଣା, ନିବେଦିତା ମହାରଣା, ବିଶ୍ୱଦେବଙ୍କ ସମେତ ବିଶ୍ୱକର୍ମା ସମିତିର ବହୁ କର୍ମକର୍ତା ଉପସ୍ଥିତ ଥିଲେ।

