ଧରାକୋଟ,୧୭/୦୯/୨୦୨୬: ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ ଧରାକୋଟ ବ୍ଲକ ବି ଏଲ ଏଫ୍ ଓ ଜି ପି ଏଲ ଏଫ୍ ର ମିଳିତ ସହଯୋଗ ରେ ଆଶୀର୍ବାଦ ର ଦୀପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସ୍ୱପ୍ନେଶ୍ୱର ମନ୍ଦିର ରେ ଜି ପି ଏଲ ଏଫ୍ ପକ୍ଷରୁ ୨୫୦ ଗୋଟି ଦୀପ ଓ ହନୁମାନ ମନ୍ଦିର ରେ ବି ଏଲ ଏଫ୍ ତରଫରୁ ଏକ ହାଜର ଦୀପ ପ୍ରଜ୍ବଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏ ବି ଡି ଓ ଭବାନୀ ଶଙ୍କର ପ୍ରଧାନ, ସି ଡି ପି ଓ ସୁନୀଲ ପ୍ରଭା ରଥ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଅନନ୍ୟା ପଣ୍ଡା, ବି ପି ସି ସୁଶାନ୍ତ ନାୟକ, ବି ପି ଏମ ପ୍ରତାପ ସ୍ୱାଇଁ, ବି ଏଲ ଏଫ୍ ସଭାନେତ୍ରୀ ଗୀତାଞ୍ଜଳି ପଟନାୟକ,ସମ୍ପାଦିକା ରିତାଞ୍ଜଳି ଭୂୟାଁ, ଜି ପି ଏଲ ଏଫ୍ ସଭାନେତ୍ରୀ ଭଗ୍ୟଲତା ବାଡତ୍ୟା,ସମ୍ପାଦିକା ପ୍ରମିଳା ବେବର୍ତ୍ତା ଙ୍କ ସମେତ ସମସ୍ତ ସୁଭଦ୍ରା ହିତାଧିକାରୀ,ଲକ୍ଷପତି ଦିଦି, ଜି ପି ଏଲ ଏଫ୍ ସଭ୍ୟା ଓ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଉପସ୍ଥିତ ରହି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜନ୍ମ ଦିନରେ ତାଙ୍କର ସୁସ୍ଥ, ନିରାମୟ ଓ ଦୀର୍ଘ ଜୀବନ କାମନା କରିଥିଲେ।
ସେହି ଭଳି ଢଉପଦା ଗ୍ରାମର ଯୁବକ ସମାଜ ପିଲାଙ୍କ ମିଲତା ପ୍ରୟାସରେ ଗ୍ରାମରେ ମିଳିତ ଭାବେ ସ୍ଥାପନ କରିଥିବା ଶ୍ରୀ ଗଣେଶ ପ୍ରତିମା ମେଢ଼ ସଂମୁଖରେ ୧୦୦୮ ଦୀପ ପ୍ରଜ୍ବଳନ କରି ପ୍ରଧାନ ମନ୍ତ୍ରୀଙ୍କ ମଙ୍ଗଳ କାମନା କରିଥିବା ଦେଖିବାକୁ ମିଳିଛି |ଉକ୍ତ କାର୍ଯ୍ୟକ୍ରମରେ ଯୁବସମାଜ ସଭାପତି ବି.ସୁନୀଲ ପତ୍ର,ଉପ ସଭାପତି ଧର୍ମେନ୍ଦ୍ର ମଝି,ସମ୍ପାଦକ ବି.ଅନିଲ ପତ୍ର,ସହ ସମ୍ପାଦକ ମନ୍ମଥ ମଝି, ସହଯୋଗୀ ଆଦିତ୍ୟ ପାଣିଗ୍ରାହୀ,ଆଶିଷ ପାଣିଗ୍ରାହୀ,ଆଶୁତୋଷ ପାଣିଗ୍ରାହୀ,ତ୍ରିନାଥ ମଝି,କୃଷ୍ଣ ଡାକୁଆ,ରାହୁଲ ଗୌଡ଼,ପ୍ରତାପ ମଝି,ଲକ୍ଷ୍ମୀକାନ୍ତ ପଣ୍ଡା,ରାଜେଶ ଗୌଡ଼,ଦୀପକ ଦାଶ ଓ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ଗ୍ରାମକୁ ଭାଗବତ ମାୟା କରିଥିବା ଦେଖିବାକୁ ମିଳିଛି |
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିଯୁଜୁ ଓଡିଶା

