ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ତୃତୀୟ ପଞ୍ଚାୟତ ସ୍ତରୀୟ ବୈଠକ ବଡ଼ ଗୁମୁଳାରେ ଅନୁଷ୍ଠିତ


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର : ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ସିରିଜର ତୃତୀୟ ପଞ୍ଚାୟତ ସ୍ତରୀୟ ବଡ଼ କୁଷସ୍ଥଳି ପଞ୍ଚାୟତ ନିମନ୍ତେ ନିଯୁକ୍ତ ସଂଯୋଜକ ଲକ୍ଷ୍ମୀ କାନ୍ତ ଜେନାଙ୍କ ନେତୃତ୍ବରେ ବୈଠକ ବଡ଼ ଗୁମୁଳା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ସଭାପତି ଶ୍ରୀ ସଞ୍ଜୀବ କୁମାର ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ବଡ଼ ଗୁମୁଳା ଓ ପଲିଗୁମୁଳା  ଗ୍ରାମର ଯୁବକ ଓ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ। ଆଜିର ବୈଠକର ୩ଟି ବଡ ନିଷ୍ପତ୍ତି ନିଆଯାଇଛି ସେଥି ମଧ୍ୟରୁ ଆରଜିଆଇ ମିଶ୍ରଣ ନେଇ ସବୁଜ ସଙ୍କେତ ଦେଇଥିବାରୁ ସଭାରେ ସଦସ୍ୟ ମାନେ ଖୁସି ବ୍ୟକ୍ତ କରିଥିଲେ।

ସଭାପତି ଭାରତ ସରକାରଙ୍କ ଭାରତ ସରକାରଙ୍କ ରେଜିଷ୍ଟର ଜେନେରାଲ ସେନସସ୍ ଦେଇଥିବା ସ୍ପଷ୍ଟୀକରଣ ରାୟକୁ ପଢ଼ି ଶୁଣାଇଥିଲେ । ସେଥିରେ କୁହାଯାଇଛି ବାଉଣ୍ଡାରି ଫ୍ରିଜ୍ ପୂର୍ବରୁ ହୋଇଥିବାରୁ ଏହା ୧00% ବୈଧ ବୋଲି ଲୋକେ ହର୍ଷ ପ୍ରକାଶ କରିଥିଲେ।ବଡ଼ ଗୁମୁଳା ପ୍ରଥମ କରି ମଡେଲ - ୧୧ ଜଣିଆ ସୋସିଆଲ ସୋଲଜିଅର ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ଆଗାମୀ ୧୫ ଦିନରେ ଘରକୁ ଘର ବୁଲି ୧୦୦ ପରିବାରକୁ ଯୋଡିବ। ପ୍ରତି ଗାଁରେ ଡିଜିଟାଲ କ୍ୟାମ୍ପେନ କରାଯିବ। ସେହିପରି ପଞ୍ଚ ସୂତ୍ରୀ ବିକାଶ ମଡେଲ ଉପସ୍ଥାପନ

୧୪ ପଞ୍ଚାୟତ (୩୪ ରାଜସ୍ୱ ଗ୍ରାମ) ବି ଏମ୍ ସି ରେ ମିଶିବା ପରେ କଣ ହେବ, ତାହାର ସ୍ପଷ୍ଟ ରୂପରେଖ ଆଜି ଉପସ୍ଥାପନ କରାଗଲା ।ସୂତ୍ର-୧ ଜଳ ମୁକ୍ତି ଲୋଚାପଡା, ଫୁଲଟା, ହଳଦିଆପଦର ରୁ ଆସୁଥିବା ପାଣିର ଇଣ୍ଟିଗ୍ରେଟେଡ ଡ୍ରେନଜ ସିଷ୍ଟମ।ସୂତ୍ର-୨ ଜମି  ବି ଏମ୍ ସି ରେ ମିଶିଲେ ବିଡ଼ିଏ ଅନୁମୋଦିତ ଲେଆଉଟ୍ ବ୍ୟାଙ୍କ ଲୋନ ସହଜରେ ଉପଲବ୍ଧ ।ସୂତ୍ର-୩ ପିଲାଙ୍କ ଭବିଷ୍ୟତ ଗଠନ ନିମନ୍ତେ କର୍ପୋରେସନ ସ୍କୁଲ୍ ଲାଇବ୍ରେରୀ, ସ୍କିଲ ସେଣ୍ଟର ସ୍ଥାପନ।ସୂତ୍ର-୪ ସ୍ୱାସ୍ଥ୍ୟ ପିଏଚସି କୁ ୟୁପିଏଚସି, ଡୋର୍ ଟୁ ଡୋର୍ ଗାର୍ବେଜ ସଂଗ୍ରହ ।ସୂତ୍ର-୫ ରାଜସ୍ୱ ନ୍ୟାୟ ଆମ ଗାଁର ଟ୍ୟାକ୍ସ ଆମ ଗାଁରେ ହିଁ ଖର୍ଚ। କମିଟିର 

ପରବର୍ତ୍ତୀ ବୈଠକ ନିମଖଣ୍ଡି ଠାରେ ଅନୁଷ୍ଠିତ ହେବ । ଏହା କେବଳ ବୈଠକ ନୁହେଁ, ବ୍ରହ୍ମପୁରକୁ ବଡ କରିବାର ସଂକଳ୍ପ। କେନ୍ଦ୍ର ଅନୁମତି ଦେଇଛି, ଏବେ ରାଜ୍ୟ ସରକାର ଏ ଦିଗରେ କାର୍ଯ୍ଯ କରନ୍ତୁ। ବୈଠକରେ ସଭାପତିଙ୍କ ବ୍ୟତିତ ଗୌରୀ ପ୍ରସାଦ ପଟ୍ଟନାୟକ, ଏମ୍ ଲାବଣ୍ୟ ପାତ୍ର , ବି ଭି ସାଗର , ଶ୍ରୀମନ୍ତ ପାଣିଗ୍ରାହୀ , ପଵିତ୍ର ମୋହନ ମିଶ୍ର,ଅଜିତ୍ କୁମାର ପଟ୍ଟନାୟକ , ଦିଗାମ୍ବର ସାମନ୍ତରାୟ ,  ବସନ୍ତ ବେହେରା, ଗଣେଶ ଚନ୍ଦ୍ର ପାଢ଼ୀ, ବିଶ୍ୱନାଥ ବେହେରା, ପ୍ରକାଶ ଚନ୍ଦ୍ର ରାଉତ, କାଳୁ ପାତ୍ର, ପ୍ରେମାନନ୍ଦ ବେହେରା, ହାଡ଼ୁ ସେଠୀ, ଏ ଗଙ୍ଗାଧର ପାତ୍ର, ଜିତୁ ନାହାକ, ବିନୋଦ ଚନ୍ଦ୍ର ବିଶୋଇ, ଜିତୁ ବିଷୋୟୀ, ମନୋଜ କୁମାର ନାହାକ, ଶଙ୍କର ଦଳେଇ, ନରହରି ଜେନା, ନିଳାଞ୍ଚଳ ଜେନା, ସୁବାଷ ଚନ୍ଦ୍ର ପାତ୍ର, କାଶୀନାଥ ଖଟୁଆ, ଭବାନୀ ପାଢ଼ୀ, ସନ୍ୟାସୀ ସେଠୀ, ସୁନୀଲ ପାତ୍ର ଓ ସନାତନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

Previous Post Next Post