ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଧରାକୋଟ ବ୍ଲକ ପ୍ରଶାସନର ଅଣଦେଖା , କାର୍ଯ୍ୟ ଵ୍ୟସ୍ତରେ ଭୁଲିଗଲେ କି ?


ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଧରାକୋଟ ୧୪/୦୮/୨୦୨୬ ସେପ୍ଟେମ୍ବର, ୧୮୦୪ ମସିହାରୁ ଆରମ୍ଭ କରି ୧୯୪୭ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଓଡ଼ିଶାର ବୀର ସନ୍ତାନମାନେ ଦେଶର ସ୍ଵାଧୀନତା ପାଇଁ ଅହରହ ସଂଗ୍ରାମ କରିଥିଲେ। ଭାରତର ସ୍ଵାଧୀନତା ସଂଗ୍ରାମ ଏବଂ ସ୍ଵାଧୀନତା ଦିବସର ଇତିହାସ ଓଡ଼ିଶାର ବୀରତ୍ଵ ଗାଥା ବିନା ଅଧୁରା। ମାତୃ ଭୂମିର ସ୍ୱାଧୀନତା ପାଇଁ ଇଂରାଜୀ ମାନଙ୍କ ସହ ଲଢ଼ି କେତେଯେ ସ୍ୱାଧୀନତା ସଂଗ୍ରାମୀ ନିଜ ଜୀବନକୁ ବଳିଦାନ ଦେଇଥିଲେ ତାହାର ସଠିକ ତଥ୍ୟ ଆମ ପାଖରେ  ନାହିଁ। ତଥାପି ଦେଶର କୋଣ ଅନୁକୋଣରେ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିବା ବୀର ସଂଗ୍ରାମୀ ମାନଙ୍କ ତ୍ୟାଗପୂତ ଜୀବନୀ ଓ ଆଦର୍ଶକୁ ମନେରଖିବା ସହ  ସମସ୍ତ ଭାରତୀୟ ସେମାନଙ୍କ ସ୍ମୃତି ଚାରଣ କରିବା ପାଇଁ ସ୍ୱାଧୀନତା ଦିବସ କୁ ମହା ସମାରୋହରେ ପାଳନ କରୁଛେ । ଉକ୍ତ ଦିନକୁ ସମସ୍ତ ସରକାରୀ ,ବେସରକାରୀକାର୍ଯ୍ୟାଳୟ ଓ ବିଦ୍ୟାଳୟ ସମୂହରେ ସ୍ୱାଧୀନତା ଦିବସ କୁ ସ୍ୱତନ୍ତ୍ର ଭାବରେ ପାଳନ କରିବା ସହ ସେହି ମହାନ ସଂଗ୍ରାମୀ ମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାସୁମନ ଅର୍ପଣ କରିଆସୁଛେ । ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ପରିସର ମଧ୍ୟରେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଏକ ସ୍ୱାଧୀନତା ସଂଗ୍ରାମୀ ଙ୍କ ସ୍ମୃତି ସ୍ତମ୍ଭ ଯେଉଁ ଭଳି ଅବସ୍ଥାରେ ରହିଛି ତାହା ସ୍ପଷ୍ଟ ସୂଚାଇ ଦେଉଛି ଯେ ବ୍ଲକ ପ୍ରଶାସନ ଆମ ପୂର୍ବ ସଂଗ୍ରାମୀ ମାନଙ୍କ ନିକଟରେ କେତେ କୃତଜ୍ଞ। ୧୯୬୪ ମସିହାରେ ଧରାକୋଟ ବ୍ଲକ ପ୍ରତିଷ୍ଠା ହୋଇଥିଲା ବ୍ଲକର ମୁଖ୍ୟ ଫାଟକ ଓ ବି ଡି ଓ ଙ୍କ ପ୍ରକୋଷ୍ଠ ନିକଟରେ ସ୍ୱାଧୀନତା ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିବା ଧରାକୋଟ ବ୍ଲକର ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ କରିବା ପାଇଁ ଏକ ସ୍ମୃତି ସ୍ତମ୍ଭ ସ୍ଥାପନ କରାଯାଇଥିଲା ଓ ସେମାନଙ୍କ ନାମ ଉଲ୍ଲେଖ ରହି। ପ୍ରତ୍ୟେକ ବର୍ଷ ସ୍ୱାଧୀନତା ଦିବସରେ ଏହି ସ୍ତମ୍ଭକୁ ସଫା କରିବା ସହ ଜୀବିତ ରହିଥିବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସମ୍ମାନିତ କରାଯାଉଥିଲା। ଆଜିର ଆଧୁନିକତାର ସ୍ପର୍ଶରେ ନ କାର୍ଯ୍ୟ ଵ୍ୟସ୍ତରେ ଆସି ବ୍ଲକ ପ୍ରଶାସନ ଏହି ସ୍ତମ୍ଭ କୁ ସମ୍ପୂର୍ଣ୍ଣ ଅଣଦେଖା କରିବା ଘଟଣା ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । ଦିନକୁ ଦିନ ବ୍ଲକ କାର୍ଯ୍ୟଳୟ ପରିସର ଚକଚକିଆ କରି ନୂତନ ନିର୍ମାଣ ଭଳି ରଙ୍ଗ ମରାଯାଇଥିବା ବେଳେ ପୂର୍ବଜ ସଂଗ୍ରାମୀଙ୍କ ବଳିଦାନର ସ୍ମାରକୀକୁ ଅଣଦେଖା କରି ରସାତଳଗାମୀ କରିବା ପଛରେ ବ୍ଲକ ପ୍ରଶାସନର କି ମନ୍ଦ ଉଦ୍ଦେଶ୍ୟ ରହିଛି ତାହା ବୁଝିହେଉନାହିଁ। ଏହି ସ୍ତମ୍ଭରେ ଅଶୋକ ଚକ୍ର,ଦେଶର ଜାତୀୟ ପଶୁ ଓ ପକ୍ଷୀ ସହ ସ୍ୱାଧୀନତା ଆନ୍ଦୋଳନର ଗାଥା ରହିଥିବା ଏକ ଲୋଗୋ ରହିଛି । ଏଭଳି ଏକ ଅମୂଲ୍ୟ କୀର୍ତ୍ତିରାଜିକୁ ଆଜି ବରଗଛ ଚେର ଆବରଣ କରି ନିଶ୍ଚିହ୍ନ କରିବାକୁ ବସିଲାଣି ଅଥଚ ବ୍ଲକ ପ୍ରଶାସନ ଏହାର ରକ୍ଷଣା ବେକ୍ଷଣ କରିବା ବଦଳରେ ନିଘୋଡ ନିଦ୍ରାରେ ଶୋଇପଡ଼ିଛି । ଅଞ୍ଚଳର ସଂଗ୍ରାମୀ ବରପୁତ୍ର ମାନଙ୍କ ପ୍ରତି ଏହା ପ୍ରଶାସନର ଦାୟିତ୍ୱ ହୀନତାକୁ ପାଦରେ ପକାଇଛି | ଏଭଳି ଏକ ଆମରଗାଥା ବାଖଣୁଥିବା କୀର୍ତ୍ତି ସ୍ତମ୍ଭକୁ ପରିତ୍ୟକ୍ତ ଅବସ୍ଥାରେ ଠେଲିଦେଇ ଧରାକୋଟ ବ୍ଲକର ପ୍ରଶାସନିକ ଅଧିକାରୀ ମାନେ ସମାଜକୁ କିବାର୍ତ୍ତା ଦେବାପାଇଁ ଚାହୁଁଛନ୍ତି ତାହା ଚର୍ଚ୍ଚାର ବିଷୟ ପାଲଟିଛି।

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ 

          ମୋ ନିଯୁଜୁ ଓଡିଶା

Post a Comment

Previous Post Next Post