ସୋରଡାରୁ ଛତ୍ରପୁର ଗଡିଲା ମୁଖ୍ୟମନ୍ତ୍ରୀ ଶୀତ ତାପ ନିୟନ୍ତ୍ରଣ ବସ୍ ସେବା।


ମୋ ନିଯୁଜୁ ଓଡିଶା ସୋରଡ଼ା ୨୩/୦୭/୨୦୨୬ :- ଗଞ୍ଜାମ ଜିଲ୍ଲା ସୋରଡ଼ାରୁ ଛତ୍ରପୁରକୁ ଆରମ୍ଭ ହୋଇଛି ମୂଖ୍ୟମନ୍ତ୍ରୀ ଶୀତ ତାପ ନିୟନ୍ତ୍ରଣ ବସ୍ ସେବା। ଏହାକୁ ସୋରଡା ବିଧାୟକ ନୀଳମଣି ବିଷୋୟୀ ଲୋକାର୍ପଣ କରିଥିବା ଦେଖିବାକୁ ମିଳିଛି ।  ଏହି ନୂତନ ବସ୍ ସେବା କେବଳ ଏକ ପରିବହନ ବ୍ୟବସ୍ଥାର ଶୁଭାରମ୍ଭ ନୁହେଁ,ବରଂ ସୋରଡ଼ା ଅଞ୍ଚଳର ବିକାଶ  ଦିଗରେ ଆଉ ଏକ ପଦକ୍ଷେପ । ବହୁଦିନ ଧରି ଏହି ଅଞ୍ଚଳର ଲୋକମାନେ ସୁବିଧାଜନକ, ଆରାମଦାୟକ ଏବଂ ଆଧୁନିକ ବସ୍, ସେବାର ଆଶା ରଖିଥିବା ବେଳେ  ତାହା ଆଜି ପୂରଣ ହୋଇଥିବାରୁ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି। ଏସି ବସ୍ ସେବା ଦ୍ୱାରା ଛାତ୍ରଛାତ୍ରୀ, କର୍ମଜୀବୀ, ବ୍ୟବସାୟୀ, ରୋଗୀ ଏବଂ ପ୍ରତିଦିନ ଯାତାୟାତ କରୁଥିବା ସାଧାରଣ ଲୋକମାନେ ଅତ୍ୟନ୍ତ ସୁବିଧାରେ ଯାତ୍ରା କରିପାରିବେ ବୋଲି ବିଧାୟକ ନୀଳମଣି ବିଷୋୟୀ କହିଛନ୍ତି। ଏଥିସହ ବିଧାୟକ ନିଜେ ବସ୍‌ରେ ବସି ଯାତ୍ରା କରିବା ସହିତ ଯାତ୍ରୀମାନଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ । ଜନତାଙ୍କ ସୁବିଧା ପାଇଁ ସର୍ବଦା ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ସୋରଡା ବିଡିଓ ତନ୍ମୟ ପାତ୍ର, ଆଇ ଆଇ ସି ସୁନୀଲ କୁମାର ପ୍ରଧାନ, ସୋରଡା ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମେଶ ଚନ୍ଦ୍ର ସାହୁଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ ବହୁ କର୍ମୀ ଉପସ୍ଥିତ ଥିଲେ |

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

                ମୋ ନିଯୁଜୁ ଓଡିଶା

Post a Comment

Previous Post Next Post