କବି ସମ୍ମିଳନୀ ଓ ସମ୍ବର୍ଦ୍ଧନା ଉତ୍ସବ ଭଞ୍ଜନଗର ରୋଟାରୀ କ୍ଲବ ଦ୍ୱାରା ଅନୁଷ୍ଠିତ।


ଭଞ୍ଜନଗର -୧୪/0୬ (ପ୍ରଫୁଲ୍ଲ କୁମାର ମହାରଣା ) ସ୍ଥାନୀୟ ଶ୍ରୀ ଜଗନ୍ନାଥ ବେନକ୍ୟେ ଟ ହଲ ଓ ରିସର୍ଟ  ପରିସରରେ "କବିସମ୍ମିଳନୀ ଓ ସମ୍ବର୍ଦ୍ଧନା  ଉତ୍ସବ " ଅନୁଷ୍ଠିତ ହୋଇଥିଲା l ଏଥିରେ ସଭାପତିତ୍ୱ କରିଥିଲେ ଭଞ୍ଜନଗର ରୋଟାରି କ୍ଲବର ସଭାପତି  ରଂଜିତ କୁମାର ବାରିକ,

କଥାକର ସୋମନାଥ ନାୟକ, କବି ପ୍ରଶାନ୍ତ ମହାନ୍ତି, ସୁନିତା କୁମାରୀ ବାରିକ, କବି କୃତିବାସ ବିଶ୍ୱାଳ, ନାଟ୍ୟକାର ଜଗବନ୍ଧୁ ଜେନା, ପ୍ରାବନ୍ଧିକ ସନ୍ତୋଷ କୁମାର ଜେନା ଏବଂ କବି ନେତାଜୀ ବିଷୋୟୀ ମଂଚାସୀନ ଥିଲେ l ଅତିଥି ପରିଚୟ ପ୍ରଦାନ କରିଥିଲେ ସନ୍ତୋଷ କୁମାର ଜେନା l ପ୍ରାରମ୍ଭିକ ଭଞ୍ଜ ସଂଗୀତ ଗାନ କରିଥିଲେ ରୀନାରାଣୀ ସେଠୀ l  ଏ ଅବସରରେ ଷାଠିଏ ଜଣ କବିଙ୍କୁ  କ୍ଲବ ତରଫରୁ ସମ୍ବର୍ଦ୍ଧିତ କରା ଯାଇଥିଲା l କବି ପ୍ରଶାନ୍ତ ମହାନ୍ତି, ସୁରେଶ ଚନ୍ଦ୍ର  ସ୍ୱାଇଁ,ଶଙ୍କର୍ଷଣ ତ୍ରିପାଠୀ, ବୁନ୍ଦାବନ ନାୟକ, ପ୍ରଭାତ ଆଚର୍ଯ୍ୟ, ବିମ୍ବାଧର ଷଡ଼ଙ୍ଗୀ, ରାମଚନ୍ଦ୍ର ହୋତା, ଚିନ୍ମୟ କୁମାର ବେଵାର୍ତା, ରଞ୍ଜୁଲତା ବେହେରା, କଳ୍ପନାକୁମାରୀ ପ୍ରଧାନ, ତ୍ରିନାଥ ବେହେରା, ଦ୍ବିତିକୃଷ୍ଣ ଲେଙ୍କା, ପ୍ରଫୁଲ୍ଲ କୁମାର ମହାରଣା ପ୍ରମୁଖଙ୍କୁ ମାନପତ୍ର, ଉପଢୌକନ  ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ଭଞ୍ଜନଗର ମାଟିରେ   ସଂଖ୍ୟାଧିକ ସାହିତ୍ୟିକଙ୍କୁ  ସମ୍ବର୍ଦ୍ଧିତ କରିବା ; ଏକ ଇତିହାସ ସୃଷ୍ଟି କରିଛି  ଏହା କହିଥିଲେ ଅତିଥିମାନେ l କବିମାନଙ୍କୁ ଏକାଠି କରି ଉତ୍ସାହିତ କରିବା  କାର୍ଯ୍ୟକ୍ରମର  ମୂଳ ଉଦ୍ଦେଶ୍ୟ  ବୋଲି କ୍ଲବ ସଭାପତି  ଶ୍ରୀଯୁକ୍ତ ରଂଜିତ ବାରିକ  ବ୍ୟକ୍ତ କରିଥିଲେ l ଶେଷରେ  କାର୍ଯ୍ୟକ୍ରମର ଆବାହକ ନେତାଜୀ ବିଷୋୟୀ  ଧନ୍ୟବାଦ ଅର୍ପଣ କରିବା ସହିତ  ମୁଖ୍ୟ  ପୁରୋଧା ତଥା ମୁଖ୍ୟ ବ୍ୟବସ୍ଥାପକ  ରଂଜିତ ବାରିକଙ୍କୁ କୃତଜ୍ଞନ୍ତା  ଜ୍ଞାପନ କରିଥିଲେ l

Post a Comment

Previous Post Next Post