ଭଞ୍ଜନଗର ଠାରେ ଓଡିଶା ପ୍ରଦେଶ କଂଗ୍ରେସ ଗଞ୍ଜାମ (ପଶ୍ଚିମ) ର ରଣହୁଙ୍କାର।


ଭଞ୍ଜନଗର-୨୭/୦୬(ପ୍ରଫୁଲ୍ଲ କୁମାର ମହାରଣା) ଓଡ଼ିଶା ପ୍ରଦେଶ କଂଗ୍ରେସ ଗଞ୍ଜାମ (ପଶ୍ଚିମ) ଜିଲ୍ଲା, ଭଞ୍ଜନଗର ତଥା ଘୁମୁସର ଅଞ୍ଚଳ ରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦଣ୍ଡପାଣି ପାତ୍ର, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବବି ଅନନ୍ତନାଗ ରଥ ଙ୍କ ବଳିଷ୍ଟ ନେତୃତ୍ୱ ରେ ଜିଲ୍ଲା ର ସମସ୍ତ କଂଗ୍ରେସ ର ନେତ୍ରୁ ମଣ୍ଡଳୀ, ସଧାରଣ କର୍ମୀ ଙ୍କ ସହ ଛାତ୍ର/ଛାତ୍ରୀ ଙ୍କ ଗହଣ ରେ ଓଡିଶା ପ୍ରଦେଶ ରାଜ୍ୟ ସଭାପତି ଶ୍ରୀଯୁକ୍ତ ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶ ରେ ସମସ୍ତ ଉପସ୍ଥିତ ଅତିଥି ମାନଙ୍କ ଉପସ୍ଥିତି ରେ NEET/CBSE ପେପର ଲିକ ବିରୁଦ୍ଧରେ ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ରେ ଯୋଗଦିଅନ୍ତୁ କାର୍ଯକ୍ରମ ରେ ବିସ୍ତାର ଭାବେ ଆଲୋଚନା ସହ କେନ୍ଦ୍ର ସରକାରଙ୍କ ଶିକ୍ଷା ବ୍ୟବସ୍ଥା କୁ ଦୃଢ଼ ଭାବେ ନିନ୍ଦା କରିବାସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ବହିଷ୍କାର କରିବାକୁ ଦାବୀ କରାଯାଇଥିଲା। ତା ସହିତ ବିଶେଷ କରି ଶିକ୍ଷା ବ୍ୟବସ୍ଥା ରେ ସ୍ୱଚ୍ଛତା ଆଣିବା ସହ ଆଗାମୀ ଭବିଷ୍ୟତ ଆମ ଦେଶର ସମସ୍ତ ଯୁବକ/ଯୁବତୀ ଙ୍କ ସହ ଏକ ସ୍ଵଚ୍ଛ ନୀତି ଅଣାଯିବା ସହ ବିଭଳି ରୋଜଗାର ପନ୍ଥା ଭଳି କାର୍ଯ୍ୟକ୍ରମ କୁ ସୁଚାରୁ ରୂପ ଦେବାପାଇଁ ବିଧିବଦ୍ଧ ଭାବେ ବୈଠକ କୁ ଆଗକୁ ନେବା ସହ ସ୍ଥାନୀୟ ସମସ୍ୟା କୁ ସୁଧାରି କଂଗ୍ରେସ କୁ ବୁଥ ସ୍ତରରୁ ମଜବୁତ୍ ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା, ସର୍ବଶେଷରେ ସମସ୍ତ ଙ୍କୁ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଆସିଥିବା ବିଶେଷ କରି ସାମ୍ବାଦିକ, ଛାତ୍ର,ଛାତ୍ରୀ, ନୂତନ,ପୂରାତନ କର୍ମକର୍ତ୍ତା ଙ୍କୁ ଧନ୍ୟବାଦ୍ ସହ ଭୋଜନ ରେ ଆପ୍ୟାୟତ କରାଯାଇଥିଲା।

Post a Comment

Previous Post Next Post