22/06/2026 ଆଜି ୧୨ ତମ ଅନ୍ତଜାର୍ତୀୟ ଯୋଗ ଦିବସ ରେ କାଟୁ ବ୍ଲକ ଅନ୍ତର୍ଗତ ସାରୁ ଗ୍ରାମ ରେ ନବୋ ଦୟ ଫାଉଣ୍ଡେସନ ତରଫରୁ ଗ୍ରାମର ଆୟୁଷ୍ମାନ ଆରଗ୍ୟ ମନ୍ଦିର ମୂଖ୍ଯ ଚିକିତ୍ସାଳୟ ପରିସର ମଧ୍ୟରେ ଏବଂ ଗ୍ରାମର ହାଇସ୍କୁଲ ପରିସର ମଧ୍ୟରେ ଯୋଗକୁ ଜୀବନର ମୂଖ୍ଯ ଧାରରେ ଯୋଡ଼ିବା ଏବଂ ଯୋଗ ଦ୍ବାରା ଶରୀରକୁ ସୁସ୍ଥ ମନକୁ ସୂଛ ଏବଂ ଜୀବନକୁ ନିମଳ ବାତାବରଣ ରେ ନେଉଥିବା ପାଇଁ ଦୂଢ ସଂକଳ୍ପ ନେଈ ଯୋଗର ମହତୂକୁପ୍ରତ୍ୟେକ ଲୋକ ମାନକଂ ପାଖକୁ ପହଞ୍ଚାଇବା ପାଇଁ ଘର ଘର ଯୋଗ, ହର ଦିନ ଯୋଗ ସୋଗାନ ଉଦଯାପିତ ହୋଇଛି।
ମୂଖ୍ଯ ଅତିଥି ଭାବେ ସାରୁ ଗ୍ରାମ ପଂଚାୟତ ନିଳାଚଂଳ ସାହୁ , ସାରୁ ଗ୍ରାମ ର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ର ମୂଖ୍ଯ ଚିକିତ୍ସା ଳୟ ଡା ମନିସା ପଣ୍ଡା, ଉପସ୍ଥିତ ଅତିଥି ପୂର୍ବତନ ସମିତି ସଭ୍ୟ ଶ୍ରୀରାମ ଚନ୍ଦ୍ର ସାହୁ ଏବଂ ନବଦୟ ଭାରତ ଫାଉଣ୍ଡେସନ ର ସଭାପତି ଶ୍ରୀ କିରଣ କୁମାର ସାହୁ, ସେକ୍ରେଟେରୀ ଶ୍ରୀ ନିରାକାର ସାହୁ, ଉପସଭାପତି ସୂର୍ୟ୍ଯ ନାରାୟଣ ସାବତ, ମୁଖ୍ଯ ସଲାହ କାର ଶ୍ରୀ ସରିତା ପଣ୍ଡା, ଶ୍ରୀ ଶାନ୍ତନୁ କୁମାର ସାହୁ। ମିଡିଆ ଇନ ଚାରଜ ଶ୍ରୀ କି ନିବାସ ପାତ୍ର, ଯୋଗ ଓ ଥେରାପିର ସଲାହ କାର ଆର ରାମା ରାଓ ଯୋଗ ଗୁରୁ ଶ୍ରୀମତୀ ସୁମିଷ୍ଟା ମେଡମ ଏବଂ ଟଷ୍ଟ ର ଅନ୍ୟ ସଦସ୍ଯ ଶ୍ରୀ ପ୍ରଶାନ୍ତ ସୁବୁଦ୍ଧି ଓ ଶ୍ରୀ ଚନ୍ଦ୍ର ଶେଖର ପାଣିଗ୍ରାହୀ କଂ ଉପସ୍ଥିତିରେ ଆଜି ର ଆନ୍ତର୍ଜାତୀୟ ଯୋଗ ଦିବସ କୁ ସୁଦୃଢ଼ ଭାବେ ଗ୍ରାମ ର
ମେଡିକଲ ପରିସର ଓ ଗ୍ରାମ ହାଇସ୍କୁଲ ପରିସର ମଧ୍ୟରେ ପାଳିତ ହୋଇଯାଇଛି ।


